
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀ ଯୋଗୁଁ ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଶନିବାର ପୁନଃବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ପରାମର୍ଶକ୍ରମେ ନିର୍ବାଚନ ଆୟୋଗ ପିପିଲ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି।
ଏହାସହ ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ ଆୟୋଗ ତାଙ୍କ ପ୍ରେସ୍ ନୋଟ୍ ସଂଖ୍ୟା ECI/PN/77/2021 ୦୪.୦୯.୨୦୨୧ରେ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ପ୍ରେସ୍ ନୋଟ୍ ଅନୁଯାୟୀ, ୩୦/୦୯/୨୦୨୧ ରିଖ (ଗୁରୁବାର) ଦିନ ଭୋଟ ଗ୍ରହଣ କରାଯିବ ।
ଅକ୍ଟୋବର ୩ରେ ସକାଳ ୭ଟାରୁ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଭୋଟ୍ ଗଣତି ହେବ। ଏବଂ ୫ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ମହାମାରୀକୁ ଦୃଷ୍ଟିରେ ରଖି ଉପନିର୍ବାଚନରେ କୋଭିଡ୍-୧୯ର ବିସ୍ତୃତ ନିର୍ଦ୍ଦେଶାବଳୀକୁ ସବୁସ୍ତରରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି।