ବାପାଙ୍କ ଠୁ ଅଧିକ ଭୋଟ ପାଇଲେ ରୁଦ୍ର ମହାରଥୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ ହୋଇଛନ୍ତି। ରୁଦ୍ର ତାଙ୍କର ନିକଟତମପ୍ରତିଦ୍ବନ୍ଦୀ ବିଜେପିର ଆଶ୍ରିତ ପଟନୟକଙ୍କୁ ୨୦ ହଜାର ୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଆଜି ଭୋଟାଗଣତି ଆରମ୍ଭ ହେବା ପରଠାରୁ ଶେଷ ଯାଏଁ ରୁଦ୍ର ଲଗାତାର ବିଜେପି ପ୍ରାର୍ଥୀ ଙ୍କ ଠାରୁ ଆଗୁଆ ରହିଥିଲେ। ଚଳିତ ଉପ ନିର୍ବାଚନ ଫଳାଫଳକୁ ନେଇ ଅନେକ କିଛି ଆକଳନ ଲଗାଯାଉଥିଲା। ବିଜେଡି ର ପରଫରମାଂଶ ପୂର୍ବ ଠାରୁ ଭଲ ହେବନାହିଁ ବୋଲି ମଧ୍ୟ ଚର୍ଚ ପି ହେଉଥିଲା। ମାତ୍ର ଗଣତିପରେ ରୁଦ୍ର ବାପା ପ୍ରଦୀପ ମହାରଥୀ ଙ୍କ ଠାରୁ ମଧ୍ଯ ଅଧିକ ଭୋଟ ପାଇ ରେକର୍ଡ କରିଛନ୍ତି। ପିପିଲି ର ଅପ୍ରତିଦ୍ଵନ୍ଦୀ ନେତା ଭାବେ ଜଣା ସ୍ବର୍ଗତ ପ୍ରଦୀପ ମହାରଥୀ ମଧ୍ୟ ତାଙ୍କ କ୍ୟାରିୟର ରେ ଏତେ ସଂଖ୍ୟକ ଭୋଟ କେବେ ପାଇ ନଥିଲେ।

ପିପିଲି ନିର୍ବାଚନ ରେକର୍ଡ କହୁଛ, ରୁଦ୍ର ମହରାଥୀ ତାଙ୍କ ବାପାଙ୍କ ରେକର୍ଡକୁ ମଧ୍ୟ ଟପି ଯାଇଛନ୍ତି। ରୁଦ୍ର ପ୍ରତାପ ମହାରଥୀଙ୍କୁ ମୋଟ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ଗତ ଦୁଇ ବିଧାନସଭା ନିର୍ବାଚନରେ ପ୍ରଦୀପ ମହାରଥୀ ପାଇଥିବ‌ା ଭୋଟ ସଂଖ୍ୟାଠାରୁ ଏଥର ଅଧିକ ଭୋଟ୍ ପାଇଛନ୍ତି ରୁଦ୍ର। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୩ୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୬୧ ଭୋଟ୍‌ ମିଳିଛି।ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନ ସମୟରେ ପିପିଲି ଆସନରୁ ବିଜେଡିରୁ ପ୍ରଦୀପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ଅବତୀର୍ଣ୍ଣ ହୋଇଥିଲେ। ବିଜେଡିକୁ ୮୮ ହଜାର ୫୧୮ ଖଣ୍ଡ ଭୋଟ ମିଳିଥିଲା। ବିଜେପିକୁ ୭୮ ହଜାର ୭୩୧ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ୯ ହଜାର ୮୩୦ ଖଣ୍ଡ ଭୋଟ୍‌ ପାଇଥିଲା। ସେହିପରି ସିପିଆଇ (ଏମ୍‌ଏଲ୍‌)ଏଲର ଅଶୋକ ପ୍ରଧାନ ୧୨୧୪, ବିଏସ୍‌ପିର ଅହମଦ୍‌ ଖାନ ୯୪୯, ନୋଟାରେ ୮୬୭ ଓ ଏସ୍‌ୟୁସିଆଇ(ସି)ର ପଦ୍ମଚରଣ ଜେନାଙ୍କୁ ୬୨୬ ଖଣ୍ଡ ଭୋଟ ମିଳିଥିଲା।୨୦୧୪ ବିଧାନସଭା ନିର୍ବାଚନରେ ପ୍ରଦୀପ ମହରଥୀ ପିପିଲି ନିର୍ବାଚନରୁ ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ। ସେହି ସମୟରେ ତାଙ୍କୁ ୮୨ ହଜାର ୫୫୦ ଖଣ୍ଡ ଭୋଟ ମିଳିଥିଲା। ତାଙ୍କର ନିକଟତମ ପ୍ରାର୍ଥୀ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟଙ୍କୁ ୪୯ ହଜାର ୭୬ ଖଣ୍ଡ ଭୋଟ ମିଳିଥିଲା। ସେହିପରି ୨୦୦୯ ନିର୍ବାଚନରେ ପ୍ରଦୀପ ମହାରଥୀ ୭୪ ହଜାର ୧୧୨ ଓ କଂଗ୍ରେସର ପ୍ରାର୍ଥୀ ଯୁଧିଷ୍ଠୀର ସାମନ୍ତରାୟ ୬୧ ହଜାର ୬୦୭ ଖଣ୍ଡ ଭୋଟ ପାଇଥିଲେ। ସେହି ସମୟରେ ବିଜେପି ପ୍ରାର୍ଥୀ ଅଜିତ ମଙ୍ଗରାଜ ବିଜେପିରୁ ଲଢ଼ି ୧୧ ହଜାର ୧୩୮ ଖଣ୍ଡ ଭୋଟ୍‌ ପାଇଥିଲେ।

ନିର୍ବାଚନ ସମୀକ୍ଷକଙ୍କ କହିବା କଥା ଯେ ବିଜେଡି ଏତେ ଅଧିକ ଭୋଟ ପାଇବା ପଛର ମୁଖ୍ୟ କାରଣ ହେଇଛି, କଂଗ୍ରେସ ଭୋଟର ବିଜେଡି ଆଡ଼କୁ ଏକ ତରଫା ଭାବେ ଢଳିଛନ୍ତି। ଯଦି ହିସାବକୁ ନିଆଯାଏ, ଗତଥର ତୁଳନାରେ ଏଥର କଂଗ୍ରେସ ର ଭୋଟ ଯେତିକି କଟିଛି, ବିଜେଡି ର ଭୋଟ ପାଖା ପାଖି ସେତିକି ବଢ଼ିଛି।

Related Posts