ପିପିଲି ଉପନିର୍ବାଚନ : ରାଜନୈତିକ ଦଳ ଗୁଡିକର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ଫିଲ୍ମ ଷ୍ଟାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସାଧାରଣତଃ କୌଣସି ନିର୍ବାଚନ କିମ୍ବା ଉପ ନିର୍ବାଚନ ଆସିଲେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଥାଏ। ପୂର୍ବରୁ ମଧ୍ୟ ଏମିତି ହୋଇ ଆସିଛି। କିନ୍ତୁ ଆଗକୁ ପିପିଲି ଉପନିର୍ବାଚନ ଆସୁଥିବା ବେଳେ ଏଥର ରାଜନୈତିକ ଦଳ ପକ୍ଷରୁ ଜାରି ଷ୍ଟାର ପ୍ରଚାରକ ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ ଫିଲ୍ମ ଷ୍ଟାର ନା ନାହିଁ । ପିପିଲି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପକାଶ ପାଇଛି ।

ଏହି ପୂର୍ବରୁ ମଧ୍ୟ ନଜର ରହିଛି ଯେ, ବିଜେପୁର, ବାଲେଶ୍ୱର, ତିର୍ତୋଲ ଉପ ନିର୍ବାଚନରେ ବିଜେଡି, ବିଜେପି ସିନେ ତାରକା ବା ଫିଲ୍ମ ଷ୍ଟାର ମାନେ ନିଜ ନିଜ ଦଳ ପାଇଁ ପ୍ରଚାର କରିଥାନ୍ତି। ସେମାନେ ଅଧିକାଂଶ ରୋଡ୍ ସୋ , ରାଲି କରନ୍ତି ଏବଂ ଡୋର ଟୁ ଡୋର କ୍ୟାମ୍ପନ ମଧ୍ୟ କରନ୍ତି । କିନ୍ତୁ ପିପିଲି ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରକାଶିତ ଷ୍ଟାରପ୍ରଚାକ ତାଲିକାରେ ଅରିନ୍ଦମ ରୟ, ମୁନ୍ନା ଖାଁ, ଆକାଶ ଦାସ ନାୟକଙ୍କ ଭଳି ସିନେ ଷ୍ଟାରଙ୍କ ନାଁ ନାହିଁ। ସେହିପରି ବିଜେପି ପକ୍ଷରୁ ଜାରି ତାଲିକାରେ ମଧ୍ୟ ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀଙ୍କ ଭଳି ସିନେମା ଷ୍ଟାର୍ ମଧ୍ୟ ଏହି ତାଲିକାରୁ ବାଦ୍ ପଡିଛନ୍ତି। କିନ୍ତୁ ସବୁ ନିର୍ବାଚନରେ ସିନେ ତାରକାଙ୍କୁ ମଇଦାନକୁ ଆଣି ପ୍ରଚାର କରାଯାଉଥିବା ବେଳେ ଏଥର ସିନେ ତାରକା ଉପରେ ଆସ୍ଥା ଦେଖାଇନାହାନ୍ତି ରାଜନୈତିକ ଦଳ ।

ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରୁ ସବୁ ରାଜନୈତିକ ଦଳ ମାନେ ପ୍ରଚାର ଜୋରଦାର କରିବେ। ତେବେ କରୋନା କଟକଣା ହେତୁ ସବୁ ରାଜନୈତିକ ଦଳ ଛୋଟ ଛୋଟ ରାଲି ଓ ସମାବେଶ କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍ ରେ ପ୍ରଚାର କରି ପାରନ୍ତି। ସେପଟେ ବିଜେପି ପ୍ରାର୍ଥୀଙ୍କ ପାଇଁ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା କାରଣ ପିପିଲି ଆସନ ବିଜେପି ଓ ବିଜେଡି ପାଇଁ ଏବେ ମର୍ଯ୍ୟାଦା ଓ ସମ୍ମାନର ପ୍ରଶ୍ନ ପାଲଟିଯାଇଛି । କିନ୍ତୁ ସବୁଠୁ ବଡ ଅଗ୍ନି ପରୀକ୍ଷା ଦେବ ବିଜେପି । ୨୦୧୪ ପରେ ଗୋଟିଏ ବି ଉପ ନିର୍ବାଚନ ଜିତିପାରିନି ଦଳ । ଅନ୍ୟପକ୍ଷରେ କଂଗ୍ରେସ ଦଳ ପାଇଁ ମଧ୍ୟ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ ।

Related Posts