ବିଶ୍ୱକେଶନ ପିପିଲି ପାଇଁ କଂଗ୍ରେସ ପାର୍ଥୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ପିପିଲି ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ଏହା ମଧ୍ୟରେ କଂଗ୍ରେସ ତାର ନୂଆ ପାର୍ଥୀ ଭାବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଘେଷଣା କରିଛି । ସେ ଏପ୍ରିଲ ୨୬ ତାରିଖ ସକାଳେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଏନେଇ ଏଆଇସିସି ସାଧାରଣ ସଂପାଦକ ମୁକୁଲ ଓାସନିକ ବିଶ୍ୱକେଶନଙ୍କୁ ପିପିଲି ଉପନିର୍ବାଚନ ପାଇଁ ପାର୍ଥୀ କରାଯିବା ସମ୍ପର୍କରେ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ୭ଜଣଙ୍କ ସମ୍ଭାବ୍ୟ ପାର୍ଥୀଙ୍କ ନାଁ ଏଆଇସିସିଙ୍କୁ ପଠାଯାଇଥିଲା ବିଶ୍ୱକେଶନଙ୍କ ନାଁ ରେ ମୋହର ମାରିଛନ୍ତି କଂଗ୍ରେସ ଅଧକ୍ଷା ସେନିଆ ଗାନ୍ଧୀ । ପୁରିଜିଲ୍ଲା ଡେଲାଙ୍ଗ ବ୍ଲକରେ ବାସିନ୍ଦା ବିଶ୍ୱକେଶନ ମହାପାତ୍ର । ସେ ଜିଲ୍ଲା କଂଗ୍ରେସର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି । ମେ ୧୩ ରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ନିର୍ବାଚନ ଅଧୀକାରୀ ମେ ୧୬ ତାରଖକୁ ଘୁଞ୍ଚାଇଥିଲେ । ମେ ୧୩ରେ ଇଦ୍‌-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ଘୁଞ୍ଚାଯାଇଥିଲା

Related Posts