ମାର୍ଚ୍ଚ 7 ତାରିଖରୁ ଯୁକ୍ତ 2 ପରୀକ୍ଷା, ଥିଓରୀ ପୂର୍ବରୁ ହେବ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ

ଆସନ୍ତା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ମାର୍ଚ୍ଚ ୭ରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଥିଓରୀ ପରୀକ୍ଷା ପୂର୍ବରୁ ଶେଷ ହେବ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ, ଯାହା ଆସନ୍ତା ଜାନୁଆରୀ ୨୮ ତାରିଖରୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ହେବ ।

ମାର୍ଚ୍ଚ ୭ ତାରିଖରେ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ, କଳା ବିଭାଗର ପରୀକ୍ଷା ମାର୍ଚ୍ଚ ୮ରୁ ଆରମ୍ଭ ହେବ । ପ୍ରଥମ ଦିନରେ ଛାତ୍ରଛାତ୍ରୀ ସାହିତ୍ୟ ବା ଓଡ଼ିଆ ପରୀକ୍ଷା ଦେବେ । ସେହିପରି ଦ୍ବିତୀୟ ଦିନରେ ହେବ ଇଂରାଜୀ ପରୀକ୍ଷା । ସେପଟେ ପରୀକ୍ଷା ପାଇଁ ଫର୍ମ ପୂରଣ କରିନଥିବା ଛାତ୍ରଛାତ୍ରୀମାନେ ଆଜି ଠାରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ନିଜ ନିଜ କଲେଜରେ ଫର୍ମପୂରଣ କରିପାରିବେ ।

Related Posts