
ମହାମାରୀ କରୋନା ସମୟରେ ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ବିଜ୍ଞାନରେ ପାସ୍ ହାର ରହିଛି ୭୦. ୨୧ ପ୍ରତିଶତ । ପାସ ହାରରେ ଛାତ୍ରୀଙ୍କୁ ପଛରେ ପକାଇ ବାଜି ମାରିନେଲେ ଛାତ୍ର । ୩୯ ପ୍ରତିଶତ ଛାତ୍ର ପାସ୍ କରିଥିବା ବେଳେ ୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ନୟାଗଡ଼ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୬. ୫୧ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ୱେବସାଇଟରୁ ନିଜ ପରୀକ୍ଷା ଫଳ ଜାଣିପାରିବେ ।
www.orissaresult.nic.in ୱେବ୍ସାଇଟ୍ ମାଧ୍ୟମରେ ପରୀକ୍ଷାଫଳ ଜାଣି ହେବ । ସାମ୍ସର ଇ ସ୍ପେସ୍ ମାଧ୍ୟମରେ କଲେଜ ଗୁଡିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ । ସିଏଚଏସଇ ଫୋନ୍ ନମ୍ବର ୦୬୭୪- ୨୩୦୦୯୧୪ ଓ ୦୬୭୪-୨୩୦୦୯୦୭ରେ ମଧ୍ୟ ରେଜଲ୍ଟ ଜାଣି ହେବ । ପରୀକ୍ଷା ଫଳ ପାଇଁ ୨୪ ଘଣ୍ଟା ଖୋଲା ରହିବ ଟୋଲ ଫ୍ରି ନମ୍ବର ।
ତେବେ ରାଜ୍ୟରେ ପ୍ରାୟ ୩ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେଇଥିବା ବେଳେ ମୋଟ ୯୭,୩୭୭ଜଣ ପିଲା ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେଥିରୁ ୬୮,୩୭୪ଜଣ କୃତକାର୍ଯ୍ୟ ହୋଇଛନ୍ତି। ୩୮,୩୦୧ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି ସେହିଭଳି ୩୦,୦୭୩ଜଣ ଛାତ୍ରୀ ପାସ୍ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୨୫,୩୩୯ଜଣ, ୨ୟରେ ୨୪,୧୨୧, ୩ୟରେ ୧୮,୨୬୮ ଅଛନ୍ତି। ୧୩୭ଜଣ ଛାତ୍ରୀଛାତ୍ର ୯୦% ଅଧିକ ନମ୍ବର ରଖି ପାସ୍ କରିଛନ୍ତି । ନୟାଗଡ଼ ଜିଲାରେ ପାସ୍ ହାର ସର୍ବାଧିକ ୮୬.୫୧% ରହିଛି। ଝାରସୁଗୁଡ଼ା ଜିଲାରେ ପାସ୍ ହାର ସର୍ବନିମ୍ନ ୪୦.୭୧% ରାହିଛି।