ବିପଦର ବନ୍ଧୁ ବାଗଚୀ

ଚର୍ଚ୍ଚାରେ ଏବେ ବାଗଚୀ ଦମ୍ପତୀଙ୍କ ବଦାନ୍ୟତା । ସୋମବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସଢେ ୭ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ଟିମର ମୁଖ୍ୟ ମୁଖ୍ୟପାତ୍ର ତଥା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏବଂ ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମି୍ମିତା ବାଗଚୀଙ୍କୁ ଏବେ ବିପଦର ବନ୍ଧୁ ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ଏହି ଅର୍ଥ ବିଶେଷକରି ପୁରୀ ଜିଲ୍ଲାର ଅସହାୟା କ୍ଷୁଦ୍ର ମହିଳା ବ୍ୟବସାୟୀ ମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।ଯେତେବେଳେ ରାଜ୍ୟ ସରକାର ଏକ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ସେତେବେଳେ ବାଗଚୀ ଦମ୍ପତୀଙ୍କ ଏଭଳିି ମହାନୁଭବତା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ସୁବ୍ରତ ବାଗଚୀ ଏହା ପୂର୍ବରୁ ୨.୫କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଇଥିବା ବେଳେ ଏବେ ଏହାକୁ ମିଶାଇ ସମୁଦାୟ ୧୦ କୋଟି ଟଙ୍କା ଦାନ କରିଛନ୍ତି । ରାଜ୍ୟରେ ଅନେକ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଥିଲେବି ସୁବ୍ରତ ବାଗଚୀ କିନ୍ତୁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । କେତେକ ମଧ୍ୟ ତାଙ୍କୁ ଓଡିଶାର ଅଜିମ୍ ପ୍ରେମଜୀ ବୋଲି ସମ୍ବୋଧନ କରିବା ଆରମ୍ଭ କରିଦେଲେଣି । ସୁବ୍ରତ ବାଗଚୀଙ୍କ ଏଭଳି ସହାୟତାକୁ କିଛି ବ୍ୟକ୍ତି ଭିନ୍ନ ଅର୍ଥରେ ବିବେଚନା କରୁଥିବାର ଶୁଣିବାକୁ ମିଳୁଛି ।କୁହାଯାଉଛି ଶ୍ରୀଯୁକ୍ତ ବାଗଚୀ ଆଗାମୀ ଦିନରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା କିମ୍ବା ବଲାଙ୍ଗୀର ଲୋକସଭା ଆସନକୁ ଆଶାରଖି ଏଭଳି ଦାନ ଧର୍ମର ପନ୍ଥା ଆପଣାଇଛନ୍ତି । ଉଦ୍ଧେଶ୍ୟ ଯାହାବି ଥାଉନା କାହିଁକି ଏତେବଡ ମହାମାରୀ ସମୟରେ ବାଗଚୀଙ୍କ ଏଭଳି ମହାନତା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଏଥିରେ ଦ୍ୱିମତ ନାହିଁ ।

Related Posts