ତା଼ଞ୍ଜାଉର ଜିଲ୍ଲା ନଗରପାଳିକା କାର୍ଯ୍ୟାଳୟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ: ଦକ୍ଷିଣାଞ୍ଚଳ ରାଜ୍ୟରେ ରାଜନୈତିକ ତୋଫାନ

ତାମିଲନାଡୁ: ନଗରପାଳିକା କାର୍ଯ୍ୟାଳୟରୁ ହଟିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ତାମିଲନାଡୁ ତା଼ଞ୍ଜାଉର ଜିଲ୍ଲା ନଗରପାଳିକା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ହଟାଇ ଦିଆଯାଇଛି। କୁହାଯାଉଛି ଭେପ୍ପାଥୁର ନଗର ପଞ୍ଚାୟତ ଅଧ୍ୟକ୍ଷ ଫଟୋଟିକୁ ହଟାଇଛନ୍ତି। ପିଏମ ମୋଦିଙ୍କ ଫଟୋ ହଟିବାରୁ ନାରାଜ ବିଜେପି କାର୍ଯ୍ୟକର୍ତ୍ତାମାନେ କୁମ୍ଭକୋଣମରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥିରୁବିଦାଇମାରୁଥିରୁ ଥାନାରେ ଲିଖିତ ଏତଲା ଦେଇଛନ୍ତି।

ଅଭିଯୋଗରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଉଲ୍ଲେଖ କରିଛନ୍ତି ଯେ କାଉନସିଲର ଏସ୍.ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଫଟୋ ନଗରପାଳିକା କାର୍ଯ୍ୟାଳୟରେ ଲଗାଇବା ପାଇଁ କାର୍ଯ୍ୟକାରୀ ଅଧିକାରୀଙ୍କୁ ଦେଇଥିଲେ। ତେବେ ଫଟୋଟି ଲଗାଯାଇ ନଥିବାରୁ ବିଜେପି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ ଲାଗି ଧମକ ଦେଇଛନ୍ତି।

ଏହା ପୂର୍ବରୁ ଗତ ଜାନୁୟାରୀ ମାସରେ ବିଜେପି ଟ୍ରେଡ ୟୁନିୟନ ଜିଲ୍ଲା ସମ୍ପାଦକ ଏମ.ଭାସ୍କରନଙ୍କୁ କୋୟମ୍ବାଟୁର ପଞ୍ଚାୟତ କାର୍ଯ୍ୟାଳୟର ଏକ କାନ୍ଥରେ ଜୋର ଜବରଦସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଲଗାଇବାରୁ ତାଙ୍କୁ ଗିରଫ କରାଯାଇଥିଲା।

ସେପଟେ ଫଟୋ ହଟିବାକୁ ନେଇ ଆରଂଭ ହୋଇଯାଉଛି ରାଜନୀତି। ଦକ୍ଷିଣାଞ୍ଚଳ ରାଜ୍ୟରେ ରାଜନୈତିକ ତୋଫାନ ଦେଖା ଦେଇଛି । ଫଟୋ କଢ଼ିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି ।

Related Posts