ପ୍ରଧାନମନ୍ତ୍ରୀ ମୋଦି ଜଣେ କୋଭିଡ଼ ସୁପର ସ୍ପ୍ରେଡର; ଭି ପି, ଇଣ୍ଡିଆନ ମେଡିକାଲ ଆସୋସିଏସନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ର ଜାତୀୟ ଉପ-ସଭାପତି ନବଜୋତ ଡାହିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସୁପର ସ୍ପ୍ରେଡର୍’ ବୋଲି କହିଛନ୍ତି ଏବଂCOVID-19 ଦ୍ୱିତୀୟ ଲହର ପାଇଁ ଦାୟୀ କରିଛନ୍ତି। ଡାହିଆ କହିଛନ୍ତି ମେଡିକାଲ କର୍ମଚାରୀ ମାନେ ଯେତେବେଳେ covid-19ର ସାମୁହିକ ଗୁଣ ଲୋକ ମାନଙ୍କୁ ବୁଝାଇବା ପାଇଁ କଠିନ ପରିଶ୍ରମ କରିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ covid ନିୟମକୁ ଫୁ କରି ବଡ ବଡ ରାନୈତିକ ରାଲିରେ ବ୍ୟସ୍ତ ଥିଲେ। ସ୍ୱାସ୍ଥ୍ୟ ସଙ୍କଟର ଗମ୍ଭୀରତା ସତ୍ତ୍ୱେ ହରିଦ୍ୱାରରେ କୁମ୍ବ ମେଳା, ନିର୍ବାଚନ ରାଲି ଏବଂ ଧାର୍ମିକ କାର୍ଯ୍ୟକ୍ରମ ଜାରି ରହିଲା ଯାହାର ଭୟାବହାତ ଆଜି ଦେଖିବାକୁ ମିଳୁଛି। ଭାଇରସ ବିସ୍ତାର ମୁକାବିଲା ପାଇଁ ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଗମ୍ଭୀରତା ଉପରେ ପ୍ରଶ୍ନ ଉଠାଇଥିଲେ ନବଜୋତ ଡାହିଆ। ଅମ୍ଳଜାନର ଅଭାବରୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ରୋଗୀଙ୍କ ମୃତ ହୋଇଛି କାରଣ ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ଅନେକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି, କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଇ ନାହିଁ ଵୋଲି ନବଜୋତ ଡାହିଆ କହିଛନ୍ତି।ସେ ମଧ୍ୟ କହିଛନ୍ତି ଦେଶର ପ୍ରାୟ ସମସ୍ତ ସହରର ଡାକ୍ତରଖାନା ବାହାରେ ଶବଦାହ ଏବଂ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଲମ୍ବା ଧାଡିରେ ଠିଆ ହେବା ଜଣାଇ ଦେଉଛି ଯେ ମହାମାରୀର ପ୍ରଭାବ କେତେ ଭୟଙ୍କର । ସେ ଏହା ମଧ୍ୟ କହିଛନ୍ତି ଚାଷୀ ଆଇନ ବିରୁଦ୍ଧରେ କୃଷକମାନଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି କାର୍ଯ୍ୟ କରିନାହାଁନ୍ତି। କୃଷକମାନଙ୍କର ବିଶାଳ ଆନ୍ଦୋଳନ ରେ ଦାବି କୁ କର୍ଣ୍ଣାପାତ କରିନଥିଲି । ସେଥିପାଇଁ ଅନେକ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା ଯାହାକୁ COVID ବିସ୍ତାରର ଏକ କାରଣ ଅଟେ । ଭାରତରେ COVID-19 ର ଦ୍ୱିତୀୟ ଲହର ପାଇଁ ମୋଦୀ ଏବଂ ତାଙ୍କ ସରକାରଙ୍କ ପରିଚାଳନାକୁ ବିଶ୍ୱସ୍ତରୀୟ ଖବରକାଗଜ ଗୁଡ଼ିକ ସମାଲୋଚନା କରୁଛନ୍ତି ।

Related Posts