ଡିଏମ୍ ଙ୍କ ସହ ପିଏମଙ୍କ ସିଧାସଳଖ ସମୀକ୍ଷା ବୈଠକ ସଙ୍ଘୀୟ ବ୍ୟବସ୍ଥାର ବିରୋଧୀ : ହେମନ୍ତ ସୋରେନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ମୋଦୀଙ୍କ ଉପରେ ବର୍ଷିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସେ ଏହାକୁ ସଙ୍ଘୀୟ ବ୍ୟବସ୍ଥାର ବିରୋଧୀ ବୋଲି କହିଛନ୍ତି। ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୫୪ ଜିଲ୍ଲା ଅଧିକାରୀଙ୍କ ସହ କଭୋଡ୍ ସ୍ଥିତି ନେଇ ଆଲୋଚନା କରିଥିଲେ। ଏହି ଭର୍ଚୁଆଲ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ରାଜ୍ୟର ସମସ୍ୟା ବାବଦରେ କହିବାକୁ ଅନୁମତି ଦିଆଯାଇ ନଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେ କହିଛନ୍ତି ଯେ ଡିଏମ୍ ସହିତ ମିଟିଙ୍ଗ୍ ରେ ବସିବା ପାଇଁ ମୋର କୌଣସି ଅସୁବିଧା ନାହିଁ । ତଥାପି ବି ଏଭଳି ମିଟିଙ୍ଗ୍ ଗୁଡିକ ଫେଡେରାଲିଜିମର ନୀତି ବିରୁଦ୍ଧ ଅଟେ । ଅତୀତରେ ପ୍ରଧାନମନ୍ତ୍ରୀ ମାନେ DM ମାନଙ୍କ ସହିତ ଏମିତି ସମୀକ୍ଷା ବୈଠକ କରିଥିବାର ଉଦାହରଣ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ? ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥାରେ ସହମତି ଜଣାଇ କହିଛନ୍ତି ଯେ ଏଭଳି ମିଟିଙ୍ଗ୍ କେବଳ ଆମକୁ(ମୁଖ୍ୟମନ୍ତ୍ରୀ) ଅପମାନିତ କରିବା ପାଇଁ କରାଯାଇଥାଏ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ସେମାନଙ୍କ ମତ ପ୍ରକାଶ କରିବା କିମ୍ବା କୌଣସି ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ ସୁଯୋଗ ଦିଆଯାଏ ନାହିଁ। ସୋରେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ” ଯଦି ମୁଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା ବୈଠକ କରିବା ଆରମ୍ଭ କରିବି ତେବେ କେନ୍ଦ୍ର ସରକାରଙ୍କୁ ଭଲ ଲାଗିବ କି ବୋଲି ସେ ପ୍ରଶ୍ନ କରିଛନ୍ତି? ପ୍ରଧାନମନ୍ତ୍ରୀ ଯେହେତୁ ଦେଶର ନେତା ତେଣୁ ସେ ଏ ବିଷୟରେ ଭାବିବା ଉଚିତ ବୋଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ବିଟ୍ କରିଥିଲେ ଯେ , “କୋଭିଡ-୧୯ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ ତାଙ୍କୁ ନିଜର ‘ମନର କଥା’ କହିଲେ। ଭଲ ହୋଇଥାନ୍ତା ଯଦି ପ୍ରଧାନମନ୍ତ୍ରୀ କାମର କଥା କହିଥାନ୍ତେ ଏବଂ କାମର କଥା ଶୁଣିଥାନ୍ତେ।”ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସବୁ କଥାରେ ପରାଦର୍ଶିତା ରହିବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଟେଲିଫୋନ ବାର୍ତ୍ତାର ଖବର ଟିଭିରେ ଆସିବା ପରେ ସେ ଟ୍ୱିଟ୍ କରିଥିଲି ବୋଲି କହିଛନ୍ତି। ସୋରେନ୍ ଦିଲ୍ଲୀ ସିଏମ କେଜ୍ରିୱାଲଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ତାଙ୍କୁ ବୈଠକରେ ପ୍ରୋଟୋକଲ ବିଷୟରେ ଚେତାବନୀ ଦିଆଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ତାହା ଗଣମାଧ୍ୟମରେ କିପରି ପ୍ରକାଶ ପାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ? ତେବେ ରାଜ୍ୟଗୁଡିକ କିପରି ଭାବରେ ତାଙ୍କର ସମସ୍ୟା ଓ ଦାବି ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।

Related Posts