ହୁସିଆର ବିଜେଡି ! ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ ଝଡ଼ ପୂର୍ବର ନୀରବତା

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ବର: ହୁସିଆର ବିଜେଡି, ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ ଏବେ ଝଡ଼ ପୂର୍ବର ନୀରବତା । ବିଜେଡି ନେତାଙ୍କୁ ମହଙ୍ଗା ପଡ଼ିପାରେ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବା । କୁହାଯାଉଛି ବିଜେଡିର କିଛି ନେତା ବର୍ତ୍ତମାନ ମହାମୃତ୍ୟୁଞ୍ଜୟ ଜପ ଜପିବା ଆରମ୍ଭ କଲେଣି । ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ବିଜେଡି ନେତା ସିଧାସଳଖ ଏବଂ କିଛି ଛାୟା ଗଣମାଧ୍ୟମ ଜରିଆରେ ଧର୍ମେନ୍ଦ୍ରଙ୍କୁ ଯେଭଳି ଖୁଲମଖୁଲା ଟାର୍ଗେଟ କଲେ ତାହାର ଫଳ ସାଙ୍ଘାତିକ ହେବ, ଏଭଳି ଏକ ସୂଚନା ବିଜେପି କ୍ୟାମ୍ପରୁ ଆସୁଛି ।

ଧର୍ମେନ୍ଦ୍ରଙ୍କ କ୍ୟାମ୍ପ୍‌ରେ ଝଡ଼ ପୂର୍ବର ନୀରବତା

ଝଡ଼ ପୂର୍ବରୁ ଯେଭଳି ପରିବେଶ ଶାନ୍ତ ବା ନୀରବ ରହିଥାଏ ଠିକ୍‌ ସେହି ଭଳି ଏବେ ଧର୍ମେନ୍ଦଙ୍କ କ୍ୟାମ୍ପ ପୂରା ନୀରବ ରହିଛି । ଏହା ଦର୍ଶାଉଛି ଯେ ବିଜେଡିର କିଛି ନେତା ଏବଂ ମନ୍ତ୍ରୀଙ୍କ ବିରୋଧରେ ଆକ୍ସନ ହୋଇପାରେ । ନହେଲେ ପ୍ରଧାନ ବାବୁ ଏଭଳି ନୀରବ ରହିବା  ବୋଧେ ରାଜ୍ୟବାସୀ କେବେ ଦେଖିନଥିବେ । ବିଜେପିର କେନ୍ଦ୍ରୀୟ ନେତା ନବୀନ ବାବୁଙ୍କୁ ବହୁ ବାର ପ୍ରଶଂସା କରିଥିଲେ ବି ପ୍ରଧାନ କିନ୍ତୁ ଟିକେ ଟିକେ କଥାରେ ରାଜ୍ୟ ସରକାର ଏବଂ ନବୀନ ବାବୁ ସମାଲୋଚନା କରିଥାନ୍ତି । କିନ୍ତୁ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ବିଜେଡିର ଶାଣିତ ଆକ୍ରମଣ ପରେ ବି ପ୍ରଧାନଙ୍କ ଏଭଳି ନିରବତା ବିଜୁ ଜନତା ଦଳର କିଛି ଆଗ ଧାଡ଼ିର ନେତାଙ୍କୁ ଚିନ୍ତାରେ ପକାଇଛି । ଏପରିକି କିଛି ପ୍ରଶାସନିକ ଅଧିକାରୀ ବି ଟାର୍ଗେଟ୍‌ରେ ଥିବା କୁହାଯାଉଛି ।

ବିଜେଡି କ୍ୟାମ୍ପ୍‌ରେ ଭୟ

କେବଳ ବିଜେଡି କ୍ୟାମ୍ପ ନୁହେଁ କିଛି ପ୍ରଶାସକ ବି ଭୟରେ ଥିବା ଜଣାପଡ଼ିଛି । ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ପଛରେ ଥିବା ସାରଙ୍କର ଛାଇ ଅର୍ଥାତ ଜୁନିୟର ମାନ୍ୟବର ବି ରହିଛନ୍ତି ପ୍ରଧାନଙ୍କ ଟାର୍ଗେଟ୍‌ରେ । ପରଦା ପଛରେ ରହି ଉଭୟ ବିଜୁ ଜନତା ଦଳ ଏବଂ ପ୍ରତ୍ୟେକ ପ୍ରଶାସନିକ କାର୍ଯ୍ୟର ନିର୍ଦ୍ଦେଶନା ଦେଇଥାନ୍ତି ଛୁଆ ମାନ୍ୟବର । ତାଙ୍କ ନିର୍ଦ୍ଦେଶ ବିନା ସସ୍ମିତ ବାବୁ ପ୍ରଧାନଙ୍କ ବିରୋଧରେ ଶ୍ବର ଉତ୍ତୋଳନ କରିନଥାନ୍ତେ ।  ତେଣୁ କେବଳ ବିଜେଡିର କିଛି ନେତାଙ୍କୁ ମାଡ଼ ହେବନି କିଛି ଆଇଏଏସ ବାବୁ ବି ଘୋଷଡ଼ା ଯାଇପାରେ ।

Related Posts