ବାଲିଆପାଳ ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୧୨ ଜଣଙ୍କୁ ଅଟକ

ଜଳେଶ୍ବର ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୨ ଜଣଙ୍କୁ ଉଠାଇ ନେଲା ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିଆପାଳ ପୋଲିସ । ଘଟଣାରେ ଏଚଆରପିସି ଟିମ୍ ତଦନ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟଗତ ଜୁଲାଇ ୨୬ ତାରିଖରେ ବାଲିଆପାଳ ଇଡ଼୍‌କୋ ଛକରେ ଥିବା ଏକ ଢାବା ଜଣେ ନାବାଳକଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ନାବାଳକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେ କମର୍ଦ୍ଧା ଥାନାର ଦେବେନ୍ଦ୍ର ଦଳାଇଙ୍କ ପୁଅ ବିଜୟ ଦଳାଇଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ତଦନ୍ତ ପାଇଁ ଯାଇଥିବା ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର‌୍ୟ୍ୟଙ୍କୁ ଆକ୍ରମଣ କରିଥିଲେ ଲୋକ । ଫଳରେ ଅଧିକାରୀ ଜଣକ ଆହତ ହୋଇଥିଲେ । ଏହି ମାମଲାରେ ବର୍ତ୍ତମାନ ମାନାବାଧିକାର କମିଶନ ତଦନ୍ତ କରୁଥିବା ବେଳେ ଢାବା ମାଲିକଙ୍କୁ ଏଯାଏଁ ଗିରଫ କରାଯାଇପାରି ନାହିଁ ।

Related Posts