ଆଜିଠୁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା

ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ । ତେବେ ଭିତର କନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ବଉଳା କୁମ୍ଭୀର ପ୍ରଜନନ ପାଇଁ ଗତ ମେ ପହିଲାରୁ ଆଜି ଯାଏଁ ଅଭୟାରଣ୍ୟକୁ ବନ୍ଦ କରାଯାଇଥିଲା । ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ପ୍ୟଟକଙ୍କ ପାଇଁ ଆଜି ଅଭୟାରଣ୍ୟ ଖୋଲିବାକୁ ଯାଉଛି । ଚଳିତବର୍ଷ ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣଲାଗି ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟର ବ୍ୟବସ୍ଥା କରାଯାଇଛି । ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ପ୍ୟଟକ ଅଭୟାରଣ୍ୟରେ ପହଂଚିପାରିବେ ।

ତେବେ ଚଳିତବର୍ଷ ଭିତରକନିକା ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଲାଇଭ୍ ଜ୍ୟାକେଟର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବିନବିଭାଗ । ଭିତରକନିକା ନଦୀ ନାଳରେ ବନ ବିଭାଗ ୧୦୩ଟି ବଷା ଠାବ କରିଥିବା ବେଳେ ୧୭ ଶହରୁ ଅଧିକ କୁମ୍ଭୀର ବାସ କରୁଥିବା ସୂଚନା ମିଳିଛି ।

Related Posts