ପରଲୋକରେ ଏସ ଏନ୍ ତିଓ୍ବାରୀ

ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଏସ୍ ଏନ୍ ତିୱାରୀଙ୍କ ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। କିଛିଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ସ୍ବର୍ଗତ ତିଓ୍ବାରୀ ମୃତ୍ୟୁ ବେଳକୁ ୮୧ ବର୍ଷ ହୋଇଥିବା କଥା ତାଙ୍କ ପରିବାରବର୍ଗ ସୂଚନା ଦେଇଛନ୍ତି।

୧୯୬୩ ବ୍ୟାଚର ଏହି ଆଇପିଏସ ଅଫିସର ରାଜଖରିଆର ମୂଳବାସିନ୍ଦା ଅଟନ୍ତି। ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର‌୍ୟ୍ୟ କରିଥିବା ସ୍ବର୍ଗତ ତିୱାରୀ ଓଡ଼ିଶାର ପୁଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି। ଶ୍ରୀଯୁକ୍ତ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍‌ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ, ଡେପୁଟେସନ୍‌ରେ ଇଣ୍ଟେଲିଜେନ୍‌ସ ବ୍ୟୁରୋର ଯୁଗ୍ମ ସଚିବ ଭାବରେ ସଫଳତାର ସହ କାମ କରିଛନ୍ତି।
ଏସପିଜିର ନିର୍ଦ୍ଦେଶକ ଭାବରେ କାର‌୍ୟ୍ୟ କରିବାରେ ସ୍ବର୍ଗତ ତିୱାରୀ ହେଉଛନ୍ତି ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନକ୍ସଲ ନିରୋଧି ଅପରେସନ୍ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପ୍ରମାଣିତ କରିଛନ୍ତି। ସ୍ବଗତଃ ତିୱାରୀଙ୍କ ବିୟୋଗରେ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିବା ସହ ଟୁଇଟ୍ କରି ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସବବେଦନା ଜଣାଇଛନ୍ତି।

Related Posts