ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ, ନରେନ୍ଦ୍ର ମୋଦୀ

ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ସାଧୁସନ୍ଥଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏହି ଐତିହାସିକ ଦିନରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣେଇବା ସହ ଜୟ ଶ୍ରୀରାମର ନାରା ଦେଇଥିଲେ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଆଗରୁ ମୋଦୀ ପୋଷ୍ଟାଲ୍ ଷ୍ଟାମ୍ପ ଉନ୍ମୋଚନ କରିଥିଲେ ।

ଏହାପରେ ସେ କହିଥିଲେ ସାରା ଭାରତ ବାସୀଙ୍କର ସ୍ୱପ୍ନ ଆଜି ପୂରଣ ହୋଇଛି । ଦୀର୍ଘ ଦଶନ୍ଧି ଧରି ରହିଥିବା ଅପେକ୍ଷାରେ ରହିଥିବା ଅପେକ୍ଷାରେ ଆଜି ପୂଣ୍ଣଛେଦ୍ ପଡ଼ିଛି । ଆଜି ଏଠାରେ ଶୁଭୁଥିବା ଜୟ ଶ୍ରୀରାମ ନାରା ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି । ଆହୁରି ଏହା ମଧ୍ୟ କହିଛନ୍ତି, ଆଜିର ଏହି ଉତ୍ସବରେ କେବଳ ଭାରତବାସୀ ନୁହନ୍ତି ସାରା ବିଶ୍ୱରେ ଥିବା ଭାରତୀୟ ଓ ରାମଭକ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଯେଉଁମାନଙ୍କ ପାଇଁ ଏହା ସମ୍ଭବ ହୋଇଛି ସେମାନଙ୍କୁ ଦେଶର ୧୨୦ କୋଟି ଲୋକଙ୍କ ପକ୍ଷରୁ ଶତଶତ ପ୍ରଣାମ କରୁଛି । ଆଜି ଜୟ ଶ୍ରୀରାମ ନାରା କେବଳ ଭଗବାନ ରାମଙ୍କ ସହରରେ ଶୁଣିବାକୁ ମିଳୁ ନାହିଁ ବରଂ ସମଗ୍ର ବିଶ୍ୱରେ ଏହି ନାରା ପ୍ରକମ୍ପିତ ହେଉଛିିା

ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ଓ ଜାତୀୟତାବାଦର ଭାବକୁ ଦର୍ଶାଇବ । ଆଜି ଉତିହାସ ସୃଷ୍ଟି ହୋଇନାହିଁ । ଇତିହାସର ପୁନରାତ୍ତି ହୋଇଛି । ମନ୍ଦିର ଖୋଲିଲେ ଅଯୋଧ୍ୟାରେ ଅର୍ଥନିତିକ କାରାବାର ବଢିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ । ମନ୍ଦିର ନିର୍ମାଣ ପରେ ଏହି ଅଂଚଳ ସଂପୂଣ୍ଣ ବଦଳିଯିବ । ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ଅର୍ପଣ ଏବଂ ତର୍ପଣ ଥିଲା । ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆମର ପୂର୍ବଜ ମାନେ ଚେଷ୍ଟା କରିଆସୁଥିଲେ । ଏହି ମନ୍ଦିର ଆଗାମୀ ପୀଢିକୁ ଆସ୍ଥା, ଶ୍ରଦ୍ଧା ଓ ପ୍ରେରଣାର ସଂକଳ୍ପ ହୋଗାଇବ । ଭାଙ୍ଗିବା ଓ ଗଢିବା ବ୍ୟତିକ୍ରମରୁ ଆଜି ରାମ ଜନ୍ମ ଭୂମି ମୁକ୍ତି ପାଇଛି । ପୁରା ଦୁନିଆରୁ ଲୋକ ଏଠାକୁ ଆସିବେ ।

Related Posts