ମହଙ୍ଗା ପଡିଲା ପ୍ରେସମିଟ୍ : ପୁଲିସ ଅଫିସର୍ସ ସଂଘ ସଭାପତି ନିଲମ୍ବିତ

ସତ୍ୟପାଠ ବ୍ୟୁରୋ : ସଂଘ ପାଇଁ ବାହାରି ସସପେଣ୍ଡ । ପୁଲିସକୁ ସୁରକ୍ଷା ମାଗି ନିଲମ୍ବିତ ହେଲେ ପୁଲିସ ଅଫିସର୍ସ ସଂଘ ସଭାପତି ତଥା ପୁଲିସ କମିଶନରେଟ ମୁଖ୍ୟାଳୟ ଏସିପି ସତ୍ୟଜିତ ମିଶ୍ର । ବାଲିଆପାଳରେ ପୁଲିସ ଇନସପେକ୍ଟରକୁ ମାଡ ପ୍ରତିବାଦରେ ପୁଲିସକୁ ସୁରକ୍ଷା ଯୋଗାଇ ଦେବାକୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ସତ୍ୟଜିତ । ତେବେ ସର୍ଭିସ କୋଡ ଅଫ୍ କଣ୍ଡକ୍ଟ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

ବିଭିନ୍ନ ସମୟରେ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆକ୍ରମଣର ଶୀକାର ହେଉଛି ପୁଲିସ । ତେଣୁ ପୁଲିସକୁ ବି ସୁରକ୍ଷା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ପୁଲିସ ଅଫିସର୍ସ ସଂଘ ସଭାପତି ସତ୍ୟଜିତ ମିଶ୍ର । ଯେଉଁଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ।

ତେବେ ଏହା ପୂର୍ବରୁ ବି ସତ୍ୟଜିତ ଅନେକ ଥର ପୁଲିସ ଅଫିସର୍ସ ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେତେବେଳେ କୌଣସି ପଦକ୍ଷେପ ନିଆଯାଇନି । ଏବେ ହଠାତ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବା ପଛରେ ବିଭାଗୀୟ ଏକ ଗୋଷ୍ଠୀର ଚକ୍ରାନ୍ତ ଥିବା ଚର୍ଚ୍ଚା ହେଉଛି ।

Related Posts