ବିଏମସି ନିର୍ବାଚନ ଘୋଷଣା ପରେ ପୁଲିସର ସୁରକ୍ଷା ଚିନ୍ତା; ବିଭିନ୍ନ ଖଟି ସ୍ଥାନମାନଙ୍କରେ କରୁଛି ଚଢ଼ାଉ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଏମସି ନିର୍ବାଚନ ଘୋଷଣା ପରେ ପୁଲିସର ସୁରକ୍ଷା ଚିନ୍ତା ବଢ଼ିଯାଇଛି । ଏନେଇ କମିସନରେଟ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ସନ୍ଧ୍ୟାରେ ବସ୍ତିଠାରୁ ଆରମ୍ଭ କରି ଛକ, ବିଭିନ୍ନ ଖଙ୍କିସ୍ଥଳ, ମଦ ଦୋକାନ ପ୍ରମୁଖ ସମ୍ବେଦନଶୀଳ ଜାଗାରେ ପୁଲିସ ପେଟ୍ରୋଲିଂ କରିବା ଆରମ୍ଭ କରିଛି । ସେପଟେ ବନ୍ଧୁକ ସହ ପାଟ୍ରୋଲିଂ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହିଂସା ରୋକିବା ଓ ଶାନ୍ତି ଶୃଙ୍ଖଳାର ସହ ବିଏମସି ନିର୍ବାଚନ ଶେଷ କରିବାକୁ ଗୁରୁତ୍ୱ ଦେଇ ପାଟ୍ରୋଲିଂ ସମୟରେ ପାଖରେ ବନ୍ଧୁକ ରଖିବା ପାଇଁ ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗଣ୍ଡଗୋଳ କିମ୍ବା ହିଂସାକାଣ୍ଡରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପରିକି ମାରପିଟ ଘଟଣା ପଛର ରହସ୍ୟ ଖୋଜିବା ସହ ରାଜନୈତିକ ପୃଷ୍ଠଭୂମି ରହିଛି କି ନାହିଁ ତାକୁ ମଧ୍ୟ ଯାଞ୍ଚ କରିବା ସହ ନିଶା କାରବାର ରୋକିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଡିସିପିଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମ ମାଧ୍ୟମରେ ଯେମିତି ସୁପରିଚାଳନା ହୋଇପାରିବ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୱାରେଣ୍ଟିମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାମିନ ସର୍ତ୍ତ ଖିଲାପ କରୁଥିବା ଅପରାଧୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ଠକଣାରେ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।

Related Posts