ରାଜୀବ ଗାନ୍ଧୀ ଓ ଅଶୋକ ଗେହଲଟଙ୍କ ଛଡା ଆଉ କାହାର ନାରା ଦେଲେ ପୋଲିସ ଉଠାଇ ନେବ: ରାଜସ୍ଥାନ କଂଗ୍ରେସ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ରାଜସ୍ଥାନର ଡୁଡୁରେ ରାଜୀବ ଗାନ୍ଧୀ ଗ୍ରାମୀଣ ଅଲମ୍ପିକ୍ସ ପ୍ରତିଯୋଗିତାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତେବେ ଏହି ଉଦଘାଟନୀ ସଭା ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ କଂଗ୍ରେସ ବିଧାୟକ ବାବୁଲାଲ ନାଗରଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସେ ମଞ୍ଚ ଉପରେ ଠିଆ ହୋଇ ଲୋକଙ୍କୁ ଉଦବୋଧନ ଦେଉଛନ୍ତି । ଆଉ ଏହି ସମୟର ତାଙ୍କର ଏକ ଅଜବ ବୟାନ ଭାଇରାଲ ହେଉଛି ।

ଏହି ଭିଡିଓରେ ବିଧାୟକ ଜଣକ ସାଧାରଣ ଲୋକଙ୍କୁ କହିଛନ୍ତି ଯେ, କାର୍ଯ୍ୟକ୍ରମ ସମୟରେ କେବଳ ୨ଟି ନାରା ଦେବ, ରାଜୀବ ଗାନ୍ଧୀ ଅମର ରହେ, ଅଶୋକ ଗେହଲଟ ଜିନ୍ଦାବାଦ। ତୃତୀୟ କୌଣସି ନାରା ଦେବନାହିଁ । ଯଦି ଅନ୍ୟ ନାରା ଲଗାଇବାର ଅଛି ତେବେ ସଭରୁ ଉଠିକି ପଳାଅ । ମଝିରେ କେହି ନାଗର (ବିଧାୟକ ନିଜେ)ର ନାରା ମଧ୍ୟ ଲଗାଇବନାହିଁ। ଯଦି ସଭା ସମୟରେ ଅନ୍ୟ କିଛି ନାରା ଲଗେଇବ ତାହେଲେ ପୋଲିସ ଉଠାଇ ନେବ ଓ ତୁମ ନାମରେ କେସ କରିଦେବ ।

Related Posts