ବାଲେଶ୍ୱରରେ ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ

ବାଲେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱରରେ ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ । ତେବେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପାଉଂଶକୁଲି ବଜାରରେ ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗତକାଲି ବସ୍ତା ବ୍ଲକରେ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି କୌଣସି କାରଣ ବଶତଃ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟ ରେ ଗଣ୍ଡଗୋଳ ହୋଇଥିଲା ।

କିଛି ସମୟ ପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଉଭୟ ଗୋଷ୍ଠୀର ସମର୍ଥକମାନେ ଲାଠି ଧରି ଗୋଡାଇ ଗୋଡାଇ ବିଚ ରାସ୍ତା ଉପରେ ନିସ୍ତୁକ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଥିବାର ଦେଖିବାକୁ ମିଳିଛି ।

Related Posts