
ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଚାଲିଥିବା ବେଳେ, ନିର୍ବାଚନୀ ହିଂସା ଯେପରି ବଢିବାକୁ ଲାଗୁଚି | ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି | ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ବିବାଦର କାରଣ ପାଲଟୁଛି | ଏପରି ରକ୍ତପାତ ଘଟୁଛି | କାକଟପୁର ବ୍ଲକ୍ ସୁହାଗପୁର ପଂଚାୟତ ସୁହାଗପୁରରେ ପୁଣି ଦେଖିବାକୁ ମିଳିଛି ରାଜନୈତିକ ହିଂସା |
ଅଭିଯୋଗ ଅନୁସାରେ ମଙ୍ଗଳବାର ବିଜେପି ପ୍ରଚାର ଗାଡି ବୁଲୁଥିବା ବେଳେ ସେହି ଗ୍ରାମର ଜଣେ ବ୍ୟକ୍ତି ପ୍ରଚାର ଗାଡିକୁ ଅଟକାଇ ଥିଲେ । ଫଳରେ ଅକ୍ଷୟ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଦାଦାଙ୍କ ସହ ବ୍ୟକ୍ତି ଜଣଙ୍କ ବଚସା କରିଥିଲେ । ପରେ ଅକ୍ଷୟ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା ।
କିନ୍ତୁ ବୁଧବାର ସକାଳୁ ଅକ୍ଷୟ ବସିଥିବା ବେଳେ ବ୍ୟକ୍ତି ଜଣଙ୍କ ଏକ ଠେଙ୍ଗାରେ ଆକ୍ରମଣ କରି ତାଙ୍କୁ ଗୁରୁତର କରିଥିଲେ । ପ୍ରଥମେ ମେଡିକାଲ ଓ ପରେ କାକଟପୁର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ଆହତ ବ୍ୟକ୍ତି । କାକଟପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି |