କୃଷି ବିଭାଗରେ ଅମଳକାରୀ ଅମଲା


ଅଧା ପଦବୀରେ ଚାଷୀଙ୍କ ଆୟ ହେବ ଦୁଇଗୁଣା
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସରକାର ଚାଷୀଙ୍କ ଆୟ ଦୁଇଗୁଣା କରବାକୁ ଲକ୍ଷ୍ୟ ରଖିଥିବା ବେଳେ କୃଷି ବିଭାଗରେ ବର୍ତ୍ତମାନ କର୍ମଚାରୀ ଅଭାବ । ବିଭାଗ ଅଧୀନରେ ଥିବା ବିଭନ୍ନ ନିର୍ଦ୍ଦେଶାଳୟରେ ଗତ ୨୦ ବର୍ଷ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ କରାଯାଇଛି । ଚାଷୀଙ୍କ ଆୟ ବୃଦ୍ଧିରେ ସର୍ବଶ୍ରେଷ୍ଠ ଭୂମିକା ଗ୍ରହଣ କରୁଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରେ ଏବେ ଅଧାରୁ ଅଧିକ ପଦବୀ ଖାଲି ପଡିଛି । ଦୁଇ ଦଶନ୍ଧି ମଧ୍ୟରେ ନିର୍ଦ୍ଦେଶାଳୟ କର୍ମଚାରୀ ସଂଖ୍ୟା ହ୍ରାସ କରିନାହିଁ । କିନ୍ତୁ ଏଠାରେ ଅଧାରୁ ଅଧିକ ପଦବୀ ଖାଲି ପଡିଛି । ମୋଟ୍ ୩୧୬୩ ପଦବୀ ମଧ୍ୟରୁ ୧୮୧୬ ପଦବୀ ଖାଲି ପଡିଛି । ଗ୍ରୁପ୍ ସି ଓ ଗ୍ରୁପ ଡି ସ୍ତରରେ ସର୍ବାଧିକ ପଦବୀ ଖାଲି ପଡିଥିବା ଦେଖିବାକୁ ମିଳିଛି । ସେହିଭଳି କୃଷି ନିର୍ଦ୍ଦେଶାଳୟରେ ପ୍ରାୟ ୪୫୦୦ ପଦବୀ ଖାଲି ପଡିଛି । ମୋଟ୍ ୩୧୬୩ ପଦବୀ ଥିଲା ବେଳେ ମାତ୍ର ୫୨୧୭କର୍ମଚାରୀ ଅଛନ୍ତି । ଗ୍ରୁପ ସି ରେ ୨୪୬୩ ପଦବୀ ଖାଲି ପଡିଥିବା ବେଳେ ଗ୍ରୁପ ବିରେ ୧୦୯୩ ପଦବୀ ଖାଲି ପଡିଛି ।
ମୃତିକା ସଂରକ୍ଷଣ ଏବଂ ଜଳାଶୟ ବିକାଶ ନିର୍ଦ୍ଦେଶାଳୟରେ ଗତ ୨୦ ବର୍ଷ ମଧ୍ୟରେ ୧୩୦୦ରୁ ଅଧିକ ପଦବୀ ଉଛେଦ ହୋଇଛି । ୨୦୦୧ ମସିହାରେ ଏହି ନିର୍ଦ୍ଦେଶାଳୟରେ ୩୭୯୨ଟି ପଦବୀ ଥିବାବେଳେ ବର୍ତ୍ତମାନ ୨୪୧୩ ରହିଛି । ତେବେ ସବୁଠାରୁ ବଡକଥା ହେଉଛି ୨୪୧୩ଟି ମଞ୍ଜୁରିପ୍ରାପ୍ତ ପଦବୀ ମଧ୍ୟରୁ ୧୪୧୭ ଟି ଖାଲି ପଡିଛି ।
କୃଷି ବିଭାଗରେ ଖାଲି ପଡିଥିବା କେତକ ପଦବୀ ଅନ୍ୟ ବିଭାଗ ଦ୍ୱାରା ପୂରଣ ହେବାକୁ ଥିବାରୁ କର୍ମଚାରୀ ନିଯୁକ୍ତିରେ ବିଳମ୍ବ ହେବାରେ ଲାଗିଛି । ଏହି ବିଭାଗରେ ଏଭଳି କିଛି ପଦବୀ ରହିଛି ଯାହା ସାଧାରଣ ପ୍ରଶାସନ ,ସ୍ୱରାଷ୍ଟ୍ର ଓ ଅର୍ଥ ବିଭାଗ ପୂରଣ କରିଥାଏ । ଏହିସବୁ ବିଭାଗ ପଦବୀ ପୂରଣ ଉପରେ ସରକାର ସଠିକ ପଦକ୍ଷେପ ନେଉନଥିବାରୁ କୃଷି ବିଭାଗରେ ଖାଲି ପଡୁଥିବା ପୂରଣ ହେଉପାରୁ ନାହିଁ ।
ଏପଟେ କୃଷି ବିଭାଗ କ୍ୟାଡର ଅଧୀନରେ ଥିବା ଜିଲ୍ଲା କୃଷି ଅଧିକାରୀ ,ବ୍ଲକ କୃଷି ଅଧିକରୀ ଭଳି ପାହ୍ୟାରେ ୧୬୫ଟି ପଦବୀ ଖାଲି ପଡିଥିବାବେଳେ ସହକାରୀ କୃଷି ଅଧିକାରୀ ପହ୍ୟାରେ ୧୫୫ ପଦବୀ ଖାଲି ପଡିଛି । ଏହିସବୁ ପଦବୀ ଖାଲି ପଡିବା ଯୋଗୁଁ ଜିଲ୍ଲା ସ୍ତରରେ କୃଷି ବିଭାଗର କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି ।
କେବଳ ଏହି ଦୁଇ ର‌୍ୟାଙ୍କ୍‌ର ଅଧିକାରୀ ନୁହଁନ୍ତି , ଉଦ୍ୟାନ ନିର୍ଦ୍ଦେଶାଳୟ ଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ପର୍ଯ୍ୟନ୍ତ ବିଭନ୍ନ ନିର୍ଦ୍ଦେଶାଳୟରେ ଯେଉଁଭଳି ଭାବରେ ମାଳ ମାଳ ପଦବୀ ଖାଲି ପଡିଛି ତାହା ପୂରଣ କରାନଗଲେ ଚାଷୀଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ଏତେ ସହଜ ନୁହେଁ । କାରଣ ଦିନକୁ ଦିନ କୃଷି ବିଭାଗରେ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଇଥିବା ବେଳେ ତଳ ସ୍ତରରେ ଏହାକୁ ରୂପାୟନ କରିବା ପାଇଁ ଅଧିକ ସଂଖ୍ୟାରେ କର୍ମଚାରୀ ଆବଶ୍ୟକ । ଏପରି ସ୍ଥଳେ ପଦବୀ ଖାଲି ପଡିବା ରାଜ୍ୟର ଚାଷ ପ୍ରତି ଆଦୌ ଭଲ ନୁହଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Related Posts