ସୀତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ

sitaram

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀ କରୋନାରେ ଆଜି ପ୍ରାଣ ହରାଇଛନ୍ତି । ତେବେ ଆଶିଷଙ୍କୁ ଚଳିତ ବର୍ଷ ଜୁନ ମାସରେ ୩୫ ବର୍ଷ ହୋଇଥାନ୍ତା । କିନ୍ତୁ ତା’ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଛି । ଆଶିଷ ଗୁରୁଗାଓଁ ସ୍ଥିତ ମେଡାଣ୍ଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ବିରୁଦ୍ଧରେ ଦୀର୍ଘ ଦୁଇ ସପ୍ତାହର ଲଢେଇ ପରେ ସେ ଶେଷ ନିସ୍ୱାସ ତ୍ୟାଗ କରିଥିଲେ । ଆଶିଷ ପେସାରେ ଜଣେ ସାମ୍ବାଦିକ ଥିଲେ । ଏସିଆନ କଲେଜ ଅଫ ଜରନାଲିଜିମ ଠାରେ ସେ ପାଠ ପଢିଥିଲେ । ଏହି ଖବର ପ୍ରସାର ହେବା ପରେ ସମସ୍ତ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀତାରାମଙ୍କ ସ୍ୱପରିବାରକୁ ସମବେଦନା ଜଣାଇଛନ୍ତି ।

ଖୁବ କମ ବୟସରେ ମହାମାରୀରେ ସଂକ୍ରମଣ ହୋଇ ମୃତ୍ୟୁବରଣ କରିବା, ଏହି କଥାକୁ ତାଙ୍କ ପରିବାର ଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ, କେହି ବି ସହଜରେ ନେଇ ପାରୁ ନାହାଁନ୍ତି । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ସୀତାରାମ ୟେଚୁରୀଙ୍କୁ ସମବେଦନା ଜଣାଇବା ସହ ତାଙ୍କୁ ଏପରିସ୍ଥିତିକୁ ଲଢ଼ିବା ପାଇଁ ସାହସ ଦେଇଛନ୍ତି ।

ଏହା ସହ କଂଗ୍ରେସ ସାଂସଦ ଶସୀ ଥରୁର ମଧ୍ୟ ସୀତାରମଣଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଆମେ ଆମ ଜୀବନର ଅନ୍ଧକାର ସମୟ ଦେଇ ବାସ କରୁ । ଏହି କ୍ଷତି ସହିବାକୁ ତାଙ୍କ ବାପାଙ୍କୁ ଶକ୍ତି ମିଳୁ ବୋଲି କହିଛନ୍ତି ।

ତାମିଲନାଡୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ମଧ୍ୟ ଏହି ଖବର ଶୁଣି ଭାବପ୍ରୟଣ ହୋଇଯାଇଥିଲେ । ବାସ୍ତବରେ ନିଜ ପୁଅର ମୃତ୍ୟୁ ଖବର ଜଣାଇବା ଏହା କେତେ ଦୁଃଖଦାୟକ ତାହା କେବଳ ସେଇ ହତଭାଗା ବାପା ହିଁ ବୁଝିପାରୁଥିବ । ତେବେ ଯେଉଁମାନେ ତାଙ୍କ ପୁଅର ଚିକିତ୍ସା କରୁଥିଲେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Posts