ବାଲେଶ୍ୱର ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭତ୍ସ ହତ୍ୟା: ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ସୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭତ୍ସ ହତ୍ୟା କରିଛନ୍ତି ଦୁର୍ବୁତ୍ତ | ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟରେ ଥିବାର ବିଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ହୋଇଛି | ଏଥିସହ ଅଧ୍ୟାପକଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ମୃତ ଅଧ୍ୟାପକ ହେଲେ ଆନନ୍ଦ ବିହାରୀ ପତ୍ରୀ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । ଅତି ନୃଶଂସ ଭାବେ କେହି ତାଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ସଂଧ୍ୟାରାଣୀ ପତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଦୁର୍ବୃତ । କିଏ ଓ କାହିଁକି ମାରିଲା କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ସିମୁଳିଆ ଥାନା ବାଲିଖଣ୍ଡ ବଜାରରେ ରହୁଥିବା ଅବସରପ୍ରାପ୍ତ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ପତ୍ରୀ ଓ ତାଙ୍କ ପତ୍ନୀ ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ଖାଇପିଇ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ କିଛି ଡକାୟତ ତାଙ୍କ ଘରୁ ଲୁଟ୍ କରିବା ଉଦ୍ଦେଶ୍ୟ ନେଇ ଘର ଭିତରେ ପଶିଥିଲେ। କିନ୍ତୁ ନିଦ ଭାଙ୍ଗିଯିବାରୁ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ପତ୍ରୀ (୬୨) ଏହାକୁ ବିରୋଧ କରିବାରୁ ତାଙ୍କୁ ଡକାୟତମାନେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ଏଣେ ସ୍ବାମୀଙ୍କୁ ରକ୍ଷା କରିବାକୁ ଯାଇ ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଡକାୟତମାନେ ସୁନାଗହଣା ଓ ଟଙ୍କା ଲୁଟି ନେବା ପରେ ଆନନ୍ଦ ଚନ୍ଦ୍ର ପତ୍ରୀଙ୍କୁ ନିକଟସ୍ଥ ବିଲରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ଜଣାଯାଇଛି। ଆଜି ସକାଳେ ଆନନ୍ଦ ଚନ୍ଦ୍ର ପତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏଣେ ସ୍ତ୍ରୀ ମନୋରମା ପତ୍ରୀ ବି ଗୁରୁତର ହୋଇଛନ୍ତି। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Related Posts