ପ୍ରଣବ ପ୍ରକାଶ ଦାସ ଶକ୍ତି ବିଭାଗ କ୍ୟାବିନେଟ ମନ୍ତ୍ରୀ !

ସତ୍ୟପାଠ ବ୍ୟୁରୋ : ନବୀନ ବାବୁଙ୍କ ସରକାରରେ ଦେଖିବା ଦାନ୍ତ ଓ ଖାଇବା ଦାନ୍ତ ସବୁ ବେଳେ ଅଲଗା । ଉପର ଫଟୋକୁ ନିରେଖି ଦେଖିଲେ ବୁଝିପାରିବେ କେମିତି ଚାଲିଛି ସରକାର ।

କାଗଜ କଲମ , ଲେଖାଯୋଖାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ହେଉଛନ୍ତି ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ । ଏଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାଲାକି କରି ନବୀନ ବାବୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଦେଲେ ନାହିଁ । କିନ୍ତୁ ପରଦା ପଛରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ବବି ଦାସଙ୍କୁ । ତୃତୀୟ ମହଲା, ନବୀନ ବାବୁ ଓ ପାଣ୍ଡିୟାନଙ୍କ ଡାହାଣ ହାତ ଭାବେ ଜଣା ବବି ବାବୁ ତାଙ୍କର ପୁରୁଣା ଶକ୍ତି ବିଭାଗର ଅଲିଖିତ ବସ୍ ।

ଓପିଟିସିଏଲ୍ ର ଫେସବୁକ ପୋଷ୍ଟିଂରେ ଦର୍ଶାଯାଇଛି ପ୍ରଣବ ଦାସ ସମୀକ୍ଷା କରୁଛନ୍ତି ଓ ପାଖରେ ଅଛନ୍ତି ସେକ୍ରେଟାରୀ ହେମନ୍ତ ଶର୍ମା । ଯଦି ବିଧାୟକ ଭାବେ ତାଙ୍କ ନିର୍ବାଚନ ମଣ୍ଡଳୀର କିମ୍ବା ଯାଜପୁର ଜିଲ୍ଲାର ସମୀକ୍ଷା କରିଥାନ୍ତେ ତାହାହେଲେ ଏଭଳି ସନ୍ଦେହ ଉପୁଜିବାର ଅବକାଶ ନଥିଲା । କିନ୍ତୁ ଓପିଟିସିଏଲ ପକ୍ଷରୁ ସ୍ପଷ୍ଟ ଭାବେ ଲେଖାଯାଇଛି ଏହା ରାଜ୍ୟସ୍ତରୀୟ କାର୍ଯ୍ୟର ସମୀକ୍ଷା ।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ବୈଠକରେ ବିଭାଗର ମନ୍ତ୍ରୀ କ୍ୟାପଟେନ ମିଶ୍ର ଉପସ୍ଥିତ ନାହାଁନ୍ତି । ବିନା ମନ୍ତ୍ରୀରେ ସମୀକ୍ଷା ଚାଲିଛି । କାରଣ ମନ୍ତ୍ରୀ ରହିଲେ ପ୍ରୋଟୋକୋଲ ଅନୁସାରେ ବବି ବାବୁ ଲେଖାଯୋଖାରେ କେବଳ ବିଧାୟକ ମାତ୍ର । ତେଣୁ କ୍ୟାପଟେନ ମିଶ୍ରଙ୍କ ଉପସ୍ଥିତିରେ ହାକିମାତି ଦେଖାଇପାରିବେ ନାହିଁ । ଯଦି କରିବେ ଏହା ମନ୍ତ୍ରୀଙ୍କ ଅବମାନନା ହେବ ।

ତେଣୁ ଗୁରୁତ୍ୱପୂର୍ଣ୍ଣ ତଥା ପଇସାବାଲା ବିଭାଗର ଅସଲ ଦାୟିତ୍ୱ ହେମନ୍ତ ଶର୍ମା ଓ ବବିଙ୍କ ଇଜିଲାସରେ…

Related Posts