ମାଡ଼ ମାରିଥିଲେ, ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ


ଖୋଦ୍ଧା: ଜେଲ ଯିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଜେଲ ଯିବେ ଚିଲିକା ବିଧାୟକ । ତେବେ ମାଡ଼ ମାରିବା ପରେ ମାସେ ପାଇଁ ଅନ୍ତଧ୍ୟାନ ହୋଇଯାଇଥିଲେ ବିଧାୟକ । କାହିଁକି ନାାଁ ତାଙ୍କ ବତରୋଧରେ ମାମଲା ରୁଜୁ ହୋଇଥିଲା ଆଉ ପୋଲିସ ମଧ୍ୟ ତାଙ୍କୁ ଖୋଜୁଥିଲା । କିନ୍ତୁ ତାଙ୍କର କୌଣସି ପତ୍ତା ପାଇନଥିଲେ । ଆଜି ଖୋଦ୍ଧା ଏସଡିଜେ କୋର୍ଟରେ ହାଜର ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଆତ୍ମସମର୍ପଣ କରିବା ସହ ଆଗୁଆ ଜାମିନ ଆବେଦନ କରିଥିଲେ । କୋର୍ଟ ତାଙ୍କ ଜାମିନକୁ ଖାରଜ କରିବା ପରେ ଶେଷରେ ଜେଲ ଯିବାକୁ ପଡିଛି । ପ୍ରଶାନ୍ତଙ୍କ ମେଡିକାଲ ଟେଷ୍ଟ ହେବା ପରେ ଜେଲ ଯିବେ । ଶନି, ରବି ଦୁଇଦିନ କୋର୍ଟ ବନ୍ଦ ଥିବାରୁ ତାଙ୍କୁ ଜେଲରେ ରହିବାକୁ ପଡ଼ିବ । ସେପଟେ ସୋମବାର ଯଦି ବେଲ ନହୁଏ ତେବେ ତାଙ୍କୁ ୨୫ ତାରିଖ ଯାଏଁ ଜେଲରେ ରହିବାକୁ ପଡ଼ିବ । କାହିଁକି ନାଁ ଆଗକୁ ଦଶହରା ଲାଗି ଛୁଟି ରହୁଛି । ଏବେ ଦେଖିବାକୁ ବାକି ରହିଲା ପ୍ରଶାନ୍ତଙ୍କ ରାଜନୈତିକ କ୍ୟାରିୟର କଣ ହେଉଛ

Related Posts