ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ସାତରା ଜିଲ୍ଲାର ଏକ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ତିନିମାସର ଗର୍ଭବତୀ ଥିବା ମହିଳା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବାର କଥା ସାମ୍ନାକୁ ଆସିଛି । ଜଣେ ପୂର୍ବତନ ସରପଞ୍ଚଓ ତାଙ୍କ ପତ୍ନୀ ମହିଳା ଫରେଷ୍ଟ ଗାର୍ଡଙ୍କୁୁ ଆକ୍ରମଣ କରିଥିବରାର ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଜଣକ ସ୍ଥାନୀୟ ବନ ପରିଚାଳନା କମିଟିର ସଦସ୍ୟ ଅଟନ୍ତି । ତାଙ୍କୁ ବିନା ଅନୁମତିରେ ଚୁକ୍ତିଭିତ୍ତିକ ବନ କର୍ମଚାରୀଙ୍କୁ ମହିଳା ଫରେଷ୍ଟ ଗାର୍ଡ ଜଣକ ତାଙ୍କ ସହ ନେଇଯାଇଥିଲେ । ଫଳରେ ଅଭିଯୁକ୍ତ ଜଣକ ରାଗିଯାଇଥିଲେ । ଏବଂ ତାଙ୍କ ସ୍ତ୍ରୀ ସହ ମିଶି ମହିଳା ଜଣଙ୍କୁ ଆକ୍ରମଣ କରିଥିଲେ । ସେପଟେ ମାଡ଼ ମାରିଥିବା ଭିଡିଓଟି ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ଏନେଇ ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ଏକ ଟ୍ୱିଟ କରିଥିବାର ଦେଖିବାକୁ ମିଳିଛି । ତେବେ ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଅଭିଯୁକ୍ତ ଜଣକୁ ଗିରଫ କରାଯାଇଛି ଏବଂ ଆଇନ ଅନୁଯାୟୀ ଅଭିଯୁକ୍ତକୁ କଡ଼ାକଡ଼ି ଦଣ୍ଡ ଦିଆଯିବ । ଅନ୍ୟପଟେ ଏନେଇ ସ୍ୱାମୀ ସ୍ତ୍ରୀଙ୍କ ବିରୋଧରେ ସଟାରା ତାଲୁକା ପୁଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । କେବଳ ଏତିକି ନୁହେଁ ବରଂ ଫରେଷ୍ଟ ଗାର୍ଡ ଜଣଙ୍କ ଗର୍ଭବତୀ ଥିବାରୁ ତାଙ୍କ ଗର୍ଭସ୍ଥ ଶିଶୁର ଡାକ୍ତରୀ ପରୀକ୍ଷା କରାଯିବ । ଯଦି ଶିଶୁର କୌଣସି କ୍ଷତି ଘଟିଥାଏ, ତାହାଲେ ସମ୍ପୃକ୍ତ ବିଭାଗ ଅଭିଯୁକ୍ତମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ।