ରଥଯାତ୍ରାର ପୂର୍ବ ପ୍ରସ୍ତୁତି; ପୁରୀରେ ଆଇଜି ଓ ଡିଆଇଜିଙ୍କ ସମୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀର୍ଘ ଦୁଇ ବର୍ଷ ପରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି । ତେବେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ପୁରୀରେ ଆଇଜି ଓ ଡିଆଇଜିଙ୍କ ସମୀକ୍ଷା ବୈଠକ ବସିଛି। ଏହି ବିଶ୍ୱପ୍ରସିଦ୍ଧ ଯାତ୍ରାରେ କର୍ଡନ ଓ ରଥ ଟଣା ଦାୟିତ୍ୱରେ ଥିବା ଆଇଜି ଏସ ଦେବଦତ୍ତ ସିଂ ଓ ଏସଟିଏଫ ଡିଆଇଜି ଜେ.ଏନ ପଙ୍କଜ ସମୀକ୍ଷା କରିଛନ୍ତି।

ସିଂହଦ୍ୱାର ନିକଟରେ ବରିଷ୍ଠ ପୋଲିସ ଅଧିକାରଙ୍କ ସହ ସମୀକ୍ଷା ମଧ୍ୟ କରିଛନ୍ତି। କୋଭିଡ଼ ଲାଗି ୨ ବର୍ଷ ପରେ ଦର୍ଶକଙ୍କ ଗ୍ରହଣରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି ।

Related Posts