ପାକିସ୍ତାନରୁ ପଞ୍ଜାବ ଅକ୍ସିଜେନ୍ ଆଣିବା ପାଇଁ କରିଡ଼ର ପ୍ରସ୍ତୁତ କରନ୍ତୁ, ମୋଦିଙ୍କୁ ଲେଖିଲେ ଏମ୍ ପି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଦେଶରେ ଏବେ ଅମ୍ଳଜାନ ଅଭାବକୁ ନେଇ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି। ଅମ୍ଳଜାନ ଅଭାବର ସମ୍ମୁଖୀନ ହେଉଥିବା ପଞ୍ଜାବ ପାଇଁ ପାକିସ୍ତାନରୁ ଅମ୍ଳଜାନ ଆମଦାନୀ ପାଇଁ ଅନୁମତି ଦେବାକୁ କଂଗ୍ରେସ ସାଂସଦ ଗୁରୁଜିତ ସିଂ ଅଜଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର କରିଡର ପ୍ରସ୍ତୁତ କରିବା ପାଇଁ ସେ ମୋଦୀଙ୍କୁ ଚିଠି ଲେଖିଛନ୍ତି । ଅଜଲା କହିଛନ୍ତି ଯେ ପାନିପଥ ଏବଂ ଲାହୋରରୁ ଅମୃତସର ପହଞ୍ଚିବା ପାଇଁ ଗୋଟିଏ ଟ୍ରକକୁ ମାତ୍ର ୧୦ ଘଣ୍ଟା ସମୟ ଲାଗିବ। ତେଣୁ ଯଦି ପାକିସ୍ତାନ ଆମକୁ ଅମ୍ଳଜାନ ଯୋଗାଇବାକୁ ପ୍ରସ୍ତୁତ ତେବେ କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେବା ଉଚିତ୍ । ଫଳରେ ଅନେକ ଜୀବନ ରକ୍ଷା ହୋଇପାରିବ। ଅଜଲା ପିଏମ ମୋଦୀଙ୍କୁ ଚିଠି ଲେଖି କହିଛନ୍ତି ଯେ , “ କରୋନା ଏବେ ପିକ୍ ରେ ପହଞ୍ଚିଥିବା ହେତୁ ଆମ ଡାକ୍ତରଖାନାଗୁଡ଼ିକରେ ମେଡିକାଲ ଅମ୍ଳଜାନ, ଭେଣ୍ଟିଲେଟର,PPE କିଟ୍ ଇତ୍ୟାଦିର ଅଭାବ ଦେଖାଦେଇଛି। ଏହି ଜରୁରୀକାଳୀନ ପରିସ୍ଥିତିରେ ଯଦି ଆମର ପଡୋଶୀ ଦେଶ ସହାୟତା ପ୍ରଦାନ କରୁଛନ୍ତି ତେବେ ଆମେ ଏହାକୁ ଖୋଲା ହାତରେ ସ୍ୱାଗତ କରିବା ଉଚିତ୍। ”

ଏହାପୂର୍ବରୁ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ମଧ୍ୟ ପାକିସ୍ତାନରୁ ପଞ୍ଜାବ ଅମ୍ଳଜାନ ଆମଦାନୀ କରିବା ପାଇଁ ପଞ୍ଜାବ ସରକାରଙ୍କୁ ଅନୁମତି ନ ଦେବାରୁ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। COVID-19 ରୋଗୀଙ୍କ ପାଇଁ ଅକ୍ସିଜେନ ଆବଣ୍ଟନରେ ପଞ୍ଜାବ ପ୍ରତି ମୋଦୀ ସରକାର ଭେଦଭାବ କରୁଥିବା ଜାକର ଅଭିଯୋଗ କରିଛନ୍ତି। 24 ଏପ୍ରିଲରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କହିଛନ୍ତି ଯେ କରୋନା ମାମଲାରେ ବ୍ୟାପକ ବୃଦ୍ଧି ପାଉଥିବାରୁ ତାଙ୍କ ଦେଶ ଭାରତକୁ ସାହାଯ୍ୟ କରିବାକୁ ଇଚ୍ଛୁକ। ଏପ୍ରିଲ୍ 26 ରେ ପଞ୍ଜାବରେ ଗୋଟିଏ ଦିନରେ ସର୍ବାଧିକ କୋଭିଡ୍ ମୃତ୍ୟୁ ପଞ୍ଜିକୃତ କରିଛି । ମୃତ୍ୟୁ ସଂଖ୍ୟା 8,530 କୁ ବୃଦ୍ଧି ପାଇଛି।

Related Posts