
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ସେପ୍ଟିକେମିଆ ରୋଗୀଙ୍କ ଗୁଜବ ମୃତ୍ୟୁ ଖବର ପାଇବା ପରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ଏକ ଘରୋଇ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟ ଓ ପରିବାର ସଦସ୍ୟମାନେ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିବା ସହ ନର୍ସଙ୍କୁ ଅତିନିର୍ମମ ଭାବେ ଆକ୍ରମଣ କରିଥିଲେ । ଖୁବ୍ ଶୀଘ୍ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବା ପାଇଁ ମିଳିଥିଲା କି ହସ୍ପିଟାଲର କର୍ମଚାରୀଙ୍କୁ ନିର୍ଦ୍ଦୟ ଭାବରେ ଆକ୍ରମଣକରିଥିଲେ । ରୋଗୀଙ୍କ ସଂପର୍କୀୟମାନେ ନର୍ସଙ୍କୁ ଟାଣି ଆଣି ଫ୍ୟାନ ଷ୍ଟାଣ୍ଡ,ହେଲମେଟ୍ ଓ ବାଡିରେ ଅତି ନିର୍ମମ ଭାବରେ ମାରଥିଲେ । ନର୍ସ ଜଣକ ଗୁରୁତର ଆହତ ହୋଇ ଚଟାଣରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଆଗ୍ରା ପୁଲିସ ଏକ ମାମଲା ରୁଜୁ କରି ଏପର୍ଯ୍ୟନ୍ତ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବେଲି ଆଗ୍ରା ପୁଲିସ କହିଛି । ରୋଗୀର ମୃତ୍ୟୁ କୁ ନେଇ କେହି ଗୁଜବ ସୃଷ୍ଟି କରିଥିଲେ କିନ୍ତୁ ତାହା ସତ୍ୟ ନଥିଲା