ୟୁପି ଡେପୁଟି ସିଏମ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

cm

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ମେଡିକାଲ ସାଇନ୍ସର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟରେ ଭତ୍ତି ଥିବାର ସୂଚନା ମିଳିଛି । ଏନେଇ ନିଜେ ଉପମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

କିଛି ଦିନ ପୂର୍ବରୁ ସେ କୋଭିଡ ପରୀକ୍ଷା କରିଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ ପରେ ସେ ହୋମ କ୍ୱାରାଣ୍ଟାଇନରେ ରହୁଥିଲେ ଏବଂ ଉନ୍ନତ ଚିକିତ୍ସା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ୫୭ ବର୍ଷୀୟ ବିଜେପି ନେତା ଏବଂ ତାଙ୍କ ପତ୍ନୀ ଏପ୍ରିଲ ୨୧ରେ କୋଭିଡ ପରୀକ୍ଷା କରିଥିଲେ । ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କରୋନା ବିରୋଧରେ ଯୁଦ୍ଧ ଜିତିବା ଶୁନିଶ୍ଚିତ ଏବଂ ଏହା ସହ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ।

Related Posts