ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ : ଆଜି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ସମଗ୍ର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟୁଇଟ କରି କହିଛନ୍ତି ଯେ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା! ଆଲୋକ ଏବଂ ଆନନ୍ଦର ଏହି ପବିତ୍ର ପର୍ବରେ, ଆସନ୍ତୁ ଜ୍ଞାନ ଏବଂ ଶକ୍ତିର ପ୍ରଦୀପ ପ୍ରଜ୍ୱଳିତ କରି ଜୀବନରେ ସୁଖ ଶାନ୍ତି ଆଣିବାକୁ ଚେଷ୍ଟା କରିବା।

ଏହି ପବିତ୍ର ପର୍ବରେ ମୁଁ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି ।

ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି ସମସ୍ତଙ୍କୁ ଦୀପାବଳି ଶୁଭେଚ୍ଛା। ଦୀପାବଳି ଉଜ୍ଜ୍ୱଳତା ଏବଂ ଆଲୋକ ସହିତ ଜଡିତ। ଏହି ପବିତ୍ର ପର୍ବ ଆମ ଜୀବନରେ ସୁଖ ଏବଂ ସମୃଦ୍ଧିକୁ ଆଗକୁ ବଢ଼ାଉ ବୋଲି ମୋର କାମନା।

Related Posts