ଆଇନରେ ପରିଣତ ହେଲା CAB

ନାଗରିକତା ସଂଶୋଧନ ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

(ସତ୍ୟପାଠ ବ୍ୟୁରୋ) ନାଗରିକତା ସଂଶୋଧନ ବିଲ-୨୦୧୯କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଗୁରୁବାର ବିଳମ୍ବିତ ରାତିରେ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଇ କୋବିନ୍ଦ । ଏହା ପରେ ଆଇନରେ ପରିଣତ ହୋଇଛି ଏହି ବିଲ୍‌ । ଏହି ଆଇନ ଅନୁସାରେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଥିବା 6ଟି ଧର୍ମର ଲୋକଙ୍କୁ ଭାରତର ନାଗରିକତା ମିଳିବ । ସେମାନେ ହେଲେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଇସାଈ । ତାଙ୍କୁ ବେଆଇନ ପ୍ରବାସୀକାରୀ ବୋଲି କୁହାଯିବନି ବରଂ ସେମାନଙ୍କୁ ଭାରତୀୟ ନାଗରିକତା ଦିଆଯିବ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଆଇନରେ ମୁସଲମାନ ମାନଙ୍କୁ ସାମିଲ କରାଯାଇ ନାହିଁ । ଯାହାକୁ ନେଇ ରାଜ୍ୟରେ ଆପତ୍ତି ଉଠାଇଥିଲେ ବିରୋଧୀ । ବିଲ୍‌ କିଛି ସଂଶୋଧନ କରିବାକୁ ବିରୋଧୀ ଦାବି କରିଥିଲେ ବି ସଂଖ୍ୟା ବଳରେ ଏହି ବିଲ୍‌କୁ ପାସ୍‌ କରାଇବାରେ ସକ୍ଷମ ହୋଇଥିଲା ଏନ୍‌ଡିଏ ସରକାର । ନାଗରିକତା ସଂଶୋଧନ ବିଲ୍‌ ସୋମବାର ଲୋକସଭା ଓ ବୁଧବାର ରାଜ୍ୟସଭାରେ ପାରିତ ହୋଇଥିଲା । ଆଇନ ଅନୁସାରେ ୬ ସଂପ୍ରଦାୟର ଶରଣାର୍ଥୀଙ୍କୁ ୫ ବର୍ଷ ଯାଏଁ ଭାରତରେ ରହିବା ପରେ ଭାରତର ନାଗରିକତା ଦିଆଯିବ । ଏପର୍ଯ୍ୟନ୍ତ ଏହି ସୀମା ୧୧ ବର୍ଷ ଥିଲା । ଆଇନ ଅନୁସାରେ ଏଭଳି ଶରଣାର୍ଥୀଙ୍କୁ ବେଆଇ ପ୍ରବାସୀ ଭାବେ ହୋଇଥିବା ମୋକଦ୍ଦମାରୁ ମଧ୍ୟ ମୁକ୍ତି ଦିଆଯିବ । ସମ୍ବିଧାନର ୬ଷ୍ଠ ସୂଚୀରେ ସାମିଲ ନଥିବାରୁ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳରେ CAB ଲାଗୁ ହେବ ନାହିଁ । ଯାହାକୁ ନେଇ ଆସାମ, ଗୁଆହାଟୀ, ତ୍ରିପୁରାରେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ଲୋକେ । ପରିସ୍ଥିତି ଅଣାୟତ ହୋଇଛି । ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯାଇଥିଲେ ଲୋକମାନେ ଗତକାଲି ଏହାକୁ ନମାନି ଆନ୍ଦୋଳନକୁ ଜୋରଦାର କରିଥିଲେ । କେତେକ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା ।

Related Posts