CABକୁ ନା

ପଶ୍ଚିମବଙ୍ଗ, କେରଳ ଓ ପଞ୍ଜାବରେ ଲାଗୁ ହେବ ନାହିଁ CAB

(ସତ୍ୟପାଠ ବ୍ୟୁରୋ) ନାଗରିକତ୍ଵ ସଂଶୋଧନ ବିଧେୟକ ନେଇ ଜଳୁଛି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଆସାମ, ତ୍ରିପୁରା ଓ ଗୁଆହାଟୀରେ ପୋଡ଼ାଜଳା କରିଛନ୍ତି ଲୋକେ । ଏଭଳି ହିଂସାତ୍ମକ ପରିସ୍ଥିତି ଜାରି ରହିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହି ବିଲ୍‌କୁ ଲାଗୁ କରିବାକୁ ସ୍ପଷ୍ଟ ଭାବେ ମନା କରୁଛନ୍ତି । ପଶ୍ଚିମବଙ୍ଗ, କେରଳ ପରେ ଏବେ ପଞ୍ଜାବ ସରକାର CABକୁ ଲାଗୁ କରିବାକୁ ମନା କରିଛନ୍ତି

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏହି ବିଧେୟକ ଭାରତର ଧର୍ମନିରପେକ୍ଷତା ପ୍ରତି ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି । ଗୁରୁବାର ଘୋଷଣା କରି ଅମରିନ୍ଦର କହିଛନ୍ତି ଯେ, ଭାରତର ଧର୍ମନିରପେକ୍ଷ ଉପରେ ଏହା ସିଧାସଳଖ ଆକ୍ରମଣ । ତେଣୁ ନାଗରିତକତ୍ଵ ସଂଶୋଧନ ବିଧେୟକ ରାଜ୍ୟରେ ଲାଗୁ କରାଯିବ ନାହିଁ । ଏହା ପୂର୍ବରୁ କେରଳ ଓ ପଶ୍ଚିମବଙ୍ଗ ସରକାର ଏହି ବିଧେୟକକୁ ରାଜ୍ୟରେ ଲାଗୁ କରାଯିବ ନାହିଁ ବୋଲି କହିଥିଲେ ।

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, କେରଳ ନାଗରିକତ୍ଵ ସଂଶୋଧନ ବିଧେୟକକୁ ସ୍ଵୀକାର କରିବ ନାହିଁ । କାରଣ ସଂଶୋଧନକୁ ଅସାମ୍ବିଧାନିକ ଦର୍ଶାଇ କେନ୍ଦ୍ର ସରକାର ଧାର୍ମିକ ଆଧାରରେ ଦେଶର ବିଭାଜନ କରୁଥିବା ଅଭିଯୋଗ କରିଛନ୍ତି । ଅପର ପକ୍ଷେ ପଶ୍ଚିମବଙ୍ଗର ତୃଣମୂଳ ସରକାରର ଏନଆରସି ଓ ସିଏବି ରାଜ୍ୟରେ ଲାଗୁ କରାଯିବ ନାହିଁ ବୋଲି କହିଛନ୍ତି ।

CAB ବିରୋଧରେ ଆସାମରେ ଆନ୍ଦୋଳନ ହିଂସାର ରୂପ ନେଇଛି । ଗୌହାଟୀରେ ଲୋକେ କର୍ଫ୍ୟୁର ଉଲ୍ଲଂଘନ କରିଛନ୍ତି । ହିଂସାତ୍ମକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସେନା ଫ୍ଲାର୍ଗ ମାର୍ଚ୍ଚ ମଧ୍ୟ କରିଛି । ହିଂସାକୁ ରୋକିବାକୁ କିଛି ସ୍ଥାନରେ ପୋଲିସକୁ ଗୁଳିଚାଳନା କରିବାକୁ ପଡ଼ିଛି । ଗୁଆହାଟୀରେ ପୋଲିସ ଗୁଳିରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵାଲ ଶାନ୍ତି ବଜାୟ ରଖିବାକୁ ପ୍ରଦର୍ଶନକାରୀଙ୍କୁ ଅନୁରୋଧ କରିଛନ୍ତି ।

Related Posts