ବର୍ଷକରେ ୪୨ ପ୍ରତିଶତ ହ୍ରାସ ପାଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା, ବଢିଛି ଯୋଗୀ, ମମତା ବାନାର୍ଜୀଙ୍କ ପୋପୁଲାରିଟି : ସର୍ଭେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ହ୍ରାସ ପାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ଗୋଟିଏ ବର୍ଷରେ ୬୬ ପ୍ରତିଶତରୁ ୨୪ ପ୍ରତିଶତକୁ ଖସି ଆସିଛି ମୋଦୀଙ୍କ ଲୋକପ୍ରିୟତା । ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଇଣ୍ଡିଆ ଟୁଡେ ର ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ଜଣାପଡିଛି। ଏହି ସର୍ଭେରେ ଭାଗନେଇଥିବା ଲୋକଙ୍କୁ ପଚରାଯାଇଥିଲା ଯେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବା ଉଚିତ୍ ?  ଅଗଷ୍ଟ ୨୦୨୧ ରେ, ୨୪ ପ୍ରତିଶତ ଲୋକ ମୋଦୀଙ୍କୁ ଆଗାମୀ ପିଏମ୍ ଭାବେ ଦେଖିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି। ଜାନୁଆରୀ ୨୦୨୧ ରେ ମୋଦୀଙ୍କୁ ୩୮ ପ୍ରତିଶତ ଲୋକ ପସନ୍ଦ କରୁଥିବା ବେଳେ ଅଗଷ୍ଟ ମାସ ସୁଦ୍ଧା ଏହା ୨୪ ପ୍ରତିଶତକୁ ଖସି ଆସିଛି। ଏଥି ସହିତ, ଅଗଷ୍ଟ ୨୦୨୦ ରେ, ୬୬ ପ୍ରତିଶତ ଜନତା ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ପସନ୍ଦ ବୋଲି ବର୍ଣ୍ଣନା କରିଥିଲେ।  କୌତୁହଳର ବିଷୟ ହେଉଛି, ଭାରତୀୟ ଜନତା ପାର୍ଟି (ବିଜେପି) ର ଫ୍ରାଏର ବ୍ରାଣ୍ଡ ନେତା ହେବା ପରେ ମଧ୍ୟ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ , ତାଙ୍କ ସହ ଭଲ ସମ୍ପର୍କ ଥିବା ଦୁଇ ନେତାଙ୍କ ଲୋକପ୍ରିୟତା ବଢିଯାଇଛି।  ସର୍ଭେ ଅନୁଯାୟୀ, ଅଗଷ୍ଟ ୨୦୨୧ ରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୧୧ % ଜନତା ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି। ଜାନୁଆରୀ ୨୦୨୧ ରେ, ଏହି ସଂଖ୍ୟା ୧୦ ପ୍ରତିଶତ ଥିଲାବେଳେ ଅଗଷ୍ଟ ୨୦୨୦ ରେ, କେବଳ ତିନି ପ୍ରତିଶତ ଲୋକ ତାଙ୍କୁ PM କ୍ଯାଣ୍ଡିଡେଟ୍ ବୋଲି ବିବେଚନା କରୁଥିଲେ ।

ଏହି ସର୍ଭେରେ କୁହାଯାଇଛି ଯେ ଅଗଷ୍ଟ ୨୦୨୧ ରେ, ସାତ ପ୍ରତିଶତ ଲୋକ ଅମିତ ଶାହାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ମୋଦୀ ସରକାରରେ ନମ୍ବର – ୨ ନେତା ବୋଲି ବିବେଚନା କରୁଛନ୍ତି। ଜାନୁୟାରୀ ୨୦୨୧ ରେ ଆଠ ପ୍ରତିଶତ ଏବଂ ଅଗଷ୍ଟ ୨୦୨୦ ରେ କେବଳ ଚାରି ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ କ୍ଯାଣ୍ଡିଡେଟ୍ ଭାବେ ପସନ୍ଦ କରିଥିଲେ।

ବିରୋଧୀ ଦଳର ନେତାଙ୍କ ବିଷୟରେ କହିବାକୁ ଗଲେ ଅଗଷ୍ଟ ୨୦୨୧ ରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୧୦ ପ୍ରତିଶତକୁ ବୃଦ୍ଧି ପାଇଛି। ଜାନୁୟାରୀ ୨୦୨୧ ରେ ତାଙ୍କର ଲୋକପ୍ରିୟତା ସାତ ପ୍ରତିଶତ ଏବଂ ଅଗଷ୍ଟ ୨୦୨୦ ରେ ଆଠ ପ୍ରତିଶତ ଥିଲା।  ଅଗଷ୍ଟ ୨୦୨୧ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ପସନ୍ଦ ଭାବରେ ଭୋଟ୍ ଦିଆଯାଇଥିଲା।  ଜାନୁୟାରୀ ୨୦୨୧ ରେ ଏହି ସଂଖ୍ୟା ଚାରି ପ୍ରତିଶତରେ ଥିବାବେଳେ ଅଗଷ୍ଟ ୨୦୨୦ ରେ କେବଳ ଦୁଇ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ ସ୍ତରର ନେତା ବୋଲି ବିବେଚନା କରିଥିଲେ। 

ସ୍ବଚ୍ଛ ଭାବମୂର୍ତ୍ତି ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୦ ରେ, କେବଳ ଦୁଇ ପ୍ରତିଶତ ଲୋକ ତାଙ୍କୁ PM ପାଇଁ ଫିଟ୍ ବୋଲି ବିବେଚନା କରିଥିଲେ, କିନ୍ତୁ ଜାନୁଆରୀ ୨୦୨୧ ସୁଦ୍ଧା ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ଅଗଷ୍ଟ ୨୦୨୧ ରେ ଆଠ ପ୍ରତିଶତକୁ ବୃଦ୍ଧି ପାଇଛି।

ସର୍ଭେ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କାଙ୍କ ଲୋକପ୍ରିୟତା ସାମାନ୍ୟ ବୃଦ୍ଧି ପାଇଥିବାବେଳେ ପୂର୍ବ ତୁଳନାରେ ମା ସୋନିଆଙ୍କ ଲୋକପ୍ରିୟତା ହ୍ରାସ ପାଇଛି।  ଅଗଷ୍ଟ ୨୦୨୦ ରେ, ଦୁଇ ପ୍ରତିଶତ ଲୋକ ପ୍ରିୟଙ୍କାଙ୍କୁ PM ପାଇଁ ଯୋଗ୍ୟ ବୋଲି ବିବେଚନା କରୁଥିବାବେଳେ ଅଗଷ୍ଟ ୨୦୨୧ ରେ ଏହା ଚାରି ପ୍ରତିଶତକୁ ହ୍ରାସ ପାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ଗତ ବର୍ଷ ଅଗଷ୍ଟରେ ପାଞ୍ଚ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଯୋଗ୍ୟ ବୋଲି ବିବେଚନା କରିଥିଲେ, କିନ୍ତୁ ଅଗଷ୍ଟ ୨୦୨୧ ସୁଦ୍ଧା ତାଙ୍କର ଲୋକପ୍ରିୟତା ଚାରି ପ୍ରତିଶତକୁ ହ୍ରାସ ପାଇଛି। 

ମୁଡ୍ ଅଫ୍ ଦି ନେସନ୍ ଅଗଷ୍ଟ ୨୦୨୧ ସର୍ଭେ ଜୁଲାଇ ୧୦ ରୁ ଜୁଲାଇ ୨୦ ପର୍ଯ୍ୟନ୍ତ କାର୍ଭି ଇନ୍ସାଇଟ୍ସ ଦ୍ୱାରା କରାଯାଇଥିଲା ।  ୧୧୫ ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଏବଂ ଦେଶର ୧୯ ଟି ରାଜ୍ୟରେ ୨୩୦ ଟି ଅଞ୍ଚଳରେ ଏହି ସର୍ଭେ କରାଯାଇଥିଲା ।

Related Posts