ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ଦୁଇଦିନିଆ ସିକିମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ପାଳନର ଉଦଯାପନୀ ଉତ୍ସବରେ ଯୋଗଦେବେ ବୋଲି ସୂଚନା ମିଳିଛି । ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦୀ । ଆଜି ଅପରାହ୍ନ ୩ଟାରେ ମୋଦୀ ସିକିମର ରାଜଧାନୀ ଗ୍ୟାଙ୍ଗଟକରେ ପହଞ୍ଚିବେ । ସେ ଲିବିଂ ହେଲିପ୍ୟାଡରୁ ଲୋକଭବନ ପର୍ଯ୍ୟନ୍ତ ରୋଡ୍ ସୋ କରିବେ। ମୋଦୀ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ସଂଯୋଗୀକରଣ, ଭିତ୍ତିଭୂମି, ପର୍ୟ୍ୟଟନ, ପରିବେଶ ଏବଂ କୃଷି ସହିତ ଜଡ଼ିତ ପ୍ରାୟ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ନାମଚିରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଦେଓରାଲିରେ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ତିସ୍ତା ନଦୀ ଉପରେ ଦୁଇଟି ଡବଲ-ଲେନ୍ ଇସ୍ପାତ ସେତୁ ଏବଂ ଗ୍ୟାଙ୍ଗଟକରେ ସିଭିଲ ସର୍ଭିସ୍ ଅଫିସର୍ସ ଇନଷ୍ଟିଚ୍ୟୁଟ୍ ଅନ୍ତର୍ଭୁକ୍ତ ।
