ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ସେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ। ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ଏହି ଉତ୍ସବ ରେ ଯୋଗଦେଇ ମୋଦି ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭା ସଂଗ୍ରହାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ମୋଦି ଏକ ବୃକ୍ଷ ରୋପଣ କରିବେ ଓ ୧୦୦ ପ୍ରକାର ଔଷଧୀୟ ବୃକ୍ଷ ଥିବା ଶତବାର୍ଷିକ ମେମୋରିଆଲ ଗାର୍ଡେନକୁ ଉଦ୍ଘାଟନ କରିବେ। ଏହି ସୂଚନା ବିହାର ବିଧାନ ସଭାର ବାଚସ୍ପତି ବିଜୟ କୁମାର ସିହ୍ନା ଦେଇଛନ୍ତି। ଶ୍ରୀ ସିହ୍ନା ଆହୁରି କହିଛନ୍ତି ” ଏହି ଉତ୍ସବ ରେ ପ୍ରଧାନମନ୍ତ୍ରୀ ଯୋଗଦେବା ଏକ ଐତିହାସିକ ମୁହୂର୍ତ୍ତ। ସମସ୍ତେ ଏନେଇ ଖୁସି ଅଛନ୍ତି।”

ସୂଚନା ଅନୁସାରେ ମୋଦି ବିମାନବନ୍ଦର ରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ରାଜ୍ୟପାଳ ଫଗୁ ଚୌହାନ ସ୍ବାଗତ କରିବେ। ପ୍ରଧାନମନ୍ତ୍ରୀ ଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହା ଉପରେ ନଜର ରଖିଥିବା ସୂଚନା ମିଳିଛି।