ବଲାଙ୍ଗୀର ମୁରିବାହାଲ ସାଲେପଡା ରେଳଧାରଣାରୁ ଦୁଇ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : ବଲାଙ୍ଗୀର ମୁରିବାହାଲ ସାଲେପଡା ରେଳଧାରଣାରୁ ମିଳିଲା ମୃତଦେହ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଥିବା ଜଣାପଡିଛି । ପ୍ରେମ ବ୍ୟାପାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସାଲେପଡ଼ା ରେଳଧାରଣାରେ ୨ଜଣଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣାରେ ପଡିଥିବା ୨ଟି ମୃତଦେହକୁ ଜବତ କରିଛି । ତେବେ ମୃତକ ଜଣେ ମହିଳା ଏବଂ ଜଣେ ଯୁବକ ଥିବା ସୂଚନା ରହିଛି । ଉଭୟ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ଏନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ ।

ପୋଲିସର ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

ତେବେ ମିଳିଥିବା ମୃତକ କିଏ ସେନେଇ କିଛି ପରିଚୟ ମିଳିପାରିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts