ପେଗାସସ ଦ୍ବାରା ଜାସୁସି ହୋଇଛି କି ନାହିଁ, ପ୍ରଧାନମନ୍ତ୍ରୀ ସଂସଦକୁ ଜଣାଇବା ଉଚିତ : ଚିଦାମ୍ବରମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍ ମାମଲାରେ ମୋଦୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍। ଚିଦାମ୍ବରମ୍ କହିଛନ୍ତି ଯେ ସରକାର ମିଳିତ ସଂସଦୀୟ କମିଟି ମାଧ୍ୟମରେ ପେଗାସସ୍ ଜାସୁସି ମାମଲାର ତଦନ୍ତ କରିବା ଆବଶ୍ୟକ କିମ୍ବା ଏହି ଘଟଣାର ଯାଞ୍ଚ ପାଇଁ ଜଣେ ସିଟିଙ୍ଗ୍ ଜଜ୍ ଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଏହି ପ୍ରସଙ୍ଗରେ ସ୍ପଷ୍ଟ କରନ୍ତୁ ଯେ ଜାସୁସି କରିଛନ୍ତି କି ନାହିଁ।

ପୂର୍ବତନ ଗୃହମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, 2019 ସାଧାରଣ ନିର୍ବାଚନରେ “ବେଆଇନ ଜାସୁସି ” ଦ୍ୱାରା ପ୍ରଭାବିତ ହୋଇଥାଇ ପରେ। ଏହି ଗୁଇନ୍ଦାଗିରି ଭାରତୀୟ ଜନତା ପାର୍ଟି (ବିଜେପି) କୁ ଜିତିବାରେ ସାହାଯ୍ୟ କରିଥାଇପାରେ ।

ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଚିଦାମ୍ବରମ କହିଛନ୍ତି ଯେ ସଂସଦ ଦ୍ୱାରା ଜେପିସି ଅଧିକ କ୍ଷମତା ପାଇଥାଏ। ତେଣୁ ଏହି ମାମଲାର ଜେପିସି ତଦନ୍ତ ହେବା ଆବଶ୍ୟକ।

ସଂସଦର ଆଇଟି କମିଟି ମୁଖ୍ୟ ଶଶି ଥରୁରଙ୍କ “ଏହା ମୋର କମିଟିର ଅଧୀନ ଅଟେ ଏବଂ ଜେପିସିର ଆବଶ୍ୟକତା ନାହିଁ ” ବୟାନ ଉପରେ ପ୍ରତିକ୍ରିୟା ଉପରେ ଚିଦାମ୍ବରମ୍ ସନ୍ଦେହ ପ୍ରକଟ କରିଛନ୍ତି ଯେ ବିଜେପି ଏହି ସଂଖ୍ୟାଲଘୁ ଆଇଟି କମିଟି ମାମଲା ଗ୍ରହଣ କରିବ କି ନାହିଁ।

ସେ କହିଛନ୍ତି, “ସଂସଦୀୟ କମିଟିର ନିୟମ ଅଧିକ କଠୋର। ଉଦାହରଣ ସ୍ୱରୂପ ସେମାନେ ଖୋଲାଖୋଲି ଭାବରେ ପ୍ରମାଣ ନେଇ ପାରିବେ ନାହିଁ କିନ୍ତୁ ଏକ JPC ସଂସଦ ଦ୍ଵାରା ସାର୍ବଜନୀନ ଭାବରେ ପ୍ରମାଣ ନେବାକୁ, ସାକ୍ଷୀମାନଙ୍କୁ ଯାଞ୍ଚ କରିବା ଏବଂ ଡକ୍ୟୁମେଣ୍ଟ ମଗାଇବା ପାଇଁ କ୍ଷମତା ରହିଛି। ତେଣୁ ମୁଁ ଭାବୁଛି ସଂସଦୀୟ କମିଟି ଅପେକ୍ଷା ଜେପିସିର ଅଧିକ କ୍ଷମତା ରହିବ।”

ଏହା ସହିତ ସେ କହିଛନ୍ତି ଯେ ମାମଲାର ଯାଞ୍ଚର ପରିମାଣ ସଂପର୍କରେ ସେ ସଂସଦୀୟ କମିଟିର ଭୂମିକାକୁ କ୍ଷୁଣ୍ଣ କରୁନାହାଁନ୍ତି।

ଗତ ରବିବାର ଦିନ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହ କହିଛି ଯେ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଭାରତରେ 300 ରୁ ଅଧିକ ମୋବାଇଲ୍ ନମ୍ବର ଉପରେ ନଜର ରଖାଯାଇଛି। ଏଥିରେ ଦୁଇ ମନ୍ତ୍ରୀ, 40 ରୁ ଅଧିକ ସାମ୍ବାଦିକ, ତିନି ବିରୋଧୀ ନେତା ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟ ସାମିଲ ଥିଲେ। ଏହି ପ୍ରସଙ୍ଗରେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ସରକାର ପ୍ରତ୍ୟାଖ୍ୟାନ କରୁଛନ୍ତି।

ଚିଦାମ୍ବରମ୍ କହିଛନ୍ତି ଯେ ସରକାର ଜେପିସି ଦ୍ୱାରା ପେଗାସସ୍ ଜାସୁସି ଅଭିଯୋଗର ଯାଞ୍ଚ କରିବା ଉଚିତ କିମ୍ବା ଏହି ଘଟଣାର ଯାଞ୍ଚ ପାଇଁ ସିଟିଂ ବିଚାରପତିଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବା ଉଚିତ୍।

Related Posts