ୟୁପିରେ ପୁଣି ବଡ଼ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ବିଜେପି ମାତ ଦେବା ଲାଗି କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି । ୟୁପିର ମଙ୍ଗ ଧରିଥିବା ପ୍ରିୟଙ୍କା ସରକାର ଗଠନ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । କଂଗ୍ରେସ ମହାସଚିବ ଓ ଉତ୍ତର ପ୍ରଦେଶରର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରି ଦେଇଛନ୍ତି। ସେ ରାଜ୍ୟରେ ଦଳକୁ କ୍ଷମତାରେ ଆସିବା ପରେ ଝିଅମାନଙ୍କୁ ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍ ସ୍କୁଟି ଦେବାର ପ୍ରତିଶୃତି ଦିଆଯାଇଛି। ସେ ଗୁରୁବାର ଏକ ଟ୍ବିଟ୍ କରି କହିଛନ୍ତି, ମୁଁ କିଛି ଛାତ୍ରୀଙ୍କୁ ଭେଟିଛି। ସେ କହିଛନ୍ତି, ତାଙ୍କୁ ପାଠପଢା ଓ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ଦରକାର। ମୋତେ ଖୁସି ଲାଗୁଛି ଯେ, ଘୋଷଣା ପତ୍ର ସମିତିର ସହମତିରେ ଇଣ୍ଟର ମିଡିଏଟ୍ ପାସ୍ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ୍ ଓ ସ୍ନାତକ ପାସ୍ କରିଥିବା ଛାତ୍ରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ଦେବାର ୟୁପି କଂଗ୍ରେସ ଆଜି ନିଷ୍ପତ୍ତି ନେଇଛି।

ମହିଳାଙ୍କୁ ଆକର୍ଷିତ କରିବା ଓ ଭୋଟ ହାସଲ କରିବା ପାଇଁ କଂଗ୍ରେସ ଏକ ବଡ ପଦକ୍ଷେପ ନେଇଛି ବୋଲି କୁହାଯାଉଛି। ଏହା ପୂର୍ବରୁ ସେ ଉତ୍ତର ପ୍ରଦେଶରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ଦେବାର ଘୋଷଣା କରିଥିଲେ। ପ୍ରିୟଙ୍କା ମଙ୍ଗଳାବାର ଘୋଷଣା କରିଥିଲେ ଯେ, ତାଙ୍କର ଆଗାମୀ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ଦିଆଯିବ। ସେ କହିଛନ୍ତି, ସମସ୍ତ ମହିଳା ଯେଉଁମାନେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି, ତାଙ୍କୁ ଆଗକୁ ଆସୁଥିବା ନିର୍ବାଚନ ଲଢିବାକୁ ସ୍ବାଗତ କରୁଛି। ସେ ଏକ ସମ୍ବାଦଦାତା ସମ୍ମିଳୀନରେ ଘୋଷଣା କରିଛନ୍ତି ଯେ, କୌଣସି ମହିଳା ଯେଉଁମାନେ ନିର୍ବାଚନ ଲଢିବାକୁ ଚାହାନ୍ତି ସେମାନେ ୧୫ ନଭେମ୍ବର ପର୍ୟ୍ୟନ୍ତ ଆବେଦନ କରିପାରନ୍ତି।

Related Posts