ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ଲଗାତାର ଭାବେ ବଢିଚାଲିଛି ତୈଳ ଦାମ୍ । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

ଆଜି ଦେଶରେ ପୁଣି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହାପରେ ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ୧୦୬.୫୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୨୭ ଟଙ୍କାରେ ପହଞ୍ଚିଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇରେ ମଧ୍ୟ ଦର ରେକର୍ଡ ସ୍ତରରେ ରହିଛି । ଏଠାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୧୨.୪୪ ଏବଂ ୧୦୩.୨୬ ଟଙ୍କାରେ ପହଞ୍ଚିଛି ।ସେପଟେ କୋଲକାତାରେ ମଧ୍ୟ ବର୍ତ୍ତମାନ ପେଟ୍ରୋଲ ୧୦୭.୧୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୯୮.୩୮ ଟଙ୍କା ରହିଛି । ଆଜି ଚେନ୍ନାଇରେ ଏହି ତୈଳ ଦର ୧୦୩.୬୧ ଏବଂ ୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଅପରପକ୍ଷେ କେନ୍ଦ୍ର ସରକାର ତୈଳର ଚାହିଦା ଓ ଯୋଗାଣ ଜନିତ ସମସ୍ୟା ସମ୍ପର୍କରେ ବିଭିନ୍ନ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସହ କଥା ହୋଇଛନ୍ତି । ମାତ୍ର ବର୍ତ୍ତମାନ ସମୟରେ ଏହି ମହଙ୍ଗା ତୈଳ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କୁହାଯାଉଛି ।ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ନିକଟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବୃହତ୍ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଯେପରି ସାଉଦ ଆରବ, କୁଏତ, ୟୁଏଇ, ଋଷିଆ ସହ ତୈଳ ଯୋଗାଣ ଓ ଏହାର ଚାହିଦା ସହ ଦରଦାମ୍ ସମ୍ପର୍କରେ ଆଲୋଚନା କରିଛନ୍ତି ।

Related Posts