ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯେପରି ରାଜ୍ୟରେ ଅଧିକରୁ ଅଧିକ ଆସନ ଜିତିବ ସେନେଇ ଦଳ ରଣନୀତି ପ୍ରସ୍ତୁତ କରୁଛି। ବାରମ୍ବାର ପରାଜୟରେ ହତୋତ୍ସାହିତ ହୋଇଯାଇଥିବା କଂଗ୍ରେସ କର୍ମୀ ଓ ନେତାଙ୍କୁ ଜିତିବାର ମନ୍ତ୍ର ଦେବାକୁ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍‌ଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଗସ୍ତରେ ଆଣିବାକୁ ଯୋଜନା ହୋଇଛି।

ତେବେ ଓଡ଼ିଶାରେ ଖୁବ୍‌ଶୀଘ୍ର ଏକ ମହିଳା ସମାବେଶ ହେବାକୁ ଯୋଜନା ଥିବାରୁ ଏଥିରେ ପ୍ରିୟଙ୍କା ଗାନ୍ଧୀ ଯୋଗ‌ଦେବାର କାର୍ଯ୍ୟକ୍ରମ ରହିଛି। ଏହାବାଦ୍ ବିଭିନ୍ନ କାର୍ଯ୍ୟକ୍ରମ‌ରେ କଂଗ୍ରେସର ବରିଷ୍ଠ ନେ‌ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ରବିବାର ଦଳ ପକ୍ଷରୁ ବସିଥିବା ବୈଠକରୁ ସୂଚନା ମିଳିଛି।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ରବିବାର କଂଗ୍ରେସ ପ୍ରଭାରୀଙ୍କୁ ଏ. ଚେଲାକୁମାରଙ୍କ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ଅନୁରୋଧ ପତ୍ର ଲେଖିଛନ୍ତି। ଫେବୃୟାରୀ ୧୮ରେ ଖୋର୍ଦ୍ଧା ବରୁଣେଇ ନିକଟରେ ହେବାକୁ ଥିବା ସମାବେଶରେ ପ୍ରିୟଙ୍କା ଯୋଗଦେବାକୁ ସେ ଅନୁରୋଧ କରିଛନ୍ତି।

Related Posts