ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କୁ ମିଳିବ ସରକ୍ଷଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କୁ ମିଳିବ ସରକ୍ଷଣ । ତେବେ ଏହି ବର୍ଗଙ୍କ ପାଇଁ ସରକାର ଖୁବ ଶୀଘ୍ର ଏକ ଜାତୀୟ ଆୟୋଗ ଗଠନ କରିବାକୁ ଯୋଜନା କରିଛନ୍ତି । ଆନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନା ଉପରେ ଆଧାର କରି କେନ୍ଦ୍ର ଅନୁନ୍ଧାନ ମନ୍ତ୍ରଣାଳୟର ଅନୁସନ୍ଧାନ ଅଧିନିୟମ ଅନୁଯାୟୀ ଖ୍ରୀଷ୍ଟିଆନ ତଥା ଇସଲାମ ଧର୍ମ ଗ୍ରହଣ କରିଥିବା ବର୍ଗଙ୍କ ପାଇଁ ଏକ ଜାତୀୟ ଆୟୋଗ ଗଠନ ପାଇଁ ଏକ କ୍ୟାବିନେଟ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବ ଉପରେ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି । ଏହି ଆଲୋଚନାରେ ଦଳିତ ଖ୍ରୀଷ୍ଟିଆନମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଛି । ଏହି ପ୍ରସଙ୍ଗରେ ଆନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନା ଜାନୁଆରୀରୁ ଆରମ୍ଭ ହୋଇ ନିକଟରେ ଶେଷ ହୋଇଛି । ସେପଟେ ଇକୋନୋମିକ ଟାଇମ୍ସ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ସୂଚନାଅନୁସାରେ ଧର୍ମାନ୍ତରଣ କରିଥିବା ଦଳିତଙ୍କ ସ୍ଥିତି ଏବଂ ଜୀବନ ଉପରେ ଏକ ଗଭୀର ପ୍ରମାଣ ଆଧାରିତ ତଥା ତଥ୍ୟ ସମର୍ଥିତ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ଏକ ସଙ୍କେତ ପ୍ରଦାନ କରିଥିଲେ । ସମାନ ଆଧାରରେକ, ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କ ସାମାଜିକ-ଅର୍ଥନୈତିକ ଏବଂ ଜୀବନଶୈଳୀକୁ ଆକଳନ କରିବା ପାଇଁ ଏକ ତିନି ଜଣିଆ କମିଶନ ଗଠନ କରାଯିବ । ଦଳିତଙ୍କୁ ସଂରକ୍ଷଣ ଲାଭ ପ୍ରଦାନ କରାଯାଇପାରିବ କି ନାହିଁ ତାହା ଉପରେ ପ୍ୟାନେଲର ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଏହି ପ୍ରସଙ୍ଗ କୋର୍ଟରେ ବିଚରାଧୀନ ରହିଛି । ୨୦୨୦ରେ ଖ୍ରୀଷ୍ଟିଆନ ବର୍ଗଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା ଏବଂ ଏସସି ଏସଟି ମାନ୍ୟତାକୁ ଧର୍ମ ନିରପେକ୍ଷ କରାଯିବାକୁ ଦାବି କରାଯାଇଥିଲା । ଏ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ ।

ଅନ୍ୟପଟେ ହିନ୍ଦୁ, ଶିଖ ଏବଂ ବୈଦ୍ଧ ଧର୍ମର ଏସସି ଏସଟି ସଂରକ୍ଷଣ ପାଇଁ ଯୋଗ୍ୟ ବର୍ତ୍ତମାନ ହିନ୍ଦୁ, ଶିଖ ଏବଂ ବୈଦ୍ଧ ଧର୍ମର ଏସସି ଏସଟିମାନେ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇବାକୁ ଯୋଗ୍ୟ ଅଟନ୍ତି । ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଜାରି କରାଯାଇଥିବା ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି ଖ୍ରୀଷ୍ଟିଆନ ଏବଂ ମୁସଲମାନ ଭାବେ ଧର୍ମାନ୍ତରଣ କରାଯାଏ ତେବେ ଏସସି ଓ ଏସଟିମାନେ ନିଜର ସଂରକ୍ଷଣ ହରାଇବେ । ସ୍ୱାଧୀନତା ପରଠାରୁ ସରକାର ଯୁକ୍ତି କରିଛନ୍ତି ଯେ ଏସସି ଓ ଏସଟି ସ୍ଥିତି କେବଳ ହିନ୍ଦୁ ଧର୍ମରେ ପ୍ରଚଳିତ । ପରେ ଶିଖ ଧର୍ମ ଏବଂ ବୈଦ୍ଧ ଧର୍ମାନ୍ତରଣ କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ସଂଶୋଧନ କରାଯାଇଥିଲା । ରଙ୍ଗନାଥ ମିଶ୍ର ଆୟୋଗଙ୍କ ୨୦୦୭ ରିପୋର୍ଟରେ ଏସସି ଏସଟିଙ୍କ ସ୍ଥିତିକୁ ଧର୍ମଠାରୁ ପୃଥକ କରିବା ଏବଂ ସେମାନଙ୍କ ଧର୍ମକୁ ସଂରକ୍ଷଣ ନିରପେକ୍ଷ କରିବା ପାଇଁ ସମ୍ବିଧାନର ୧୯୫୦ର ଅନୁଚ୍ଛେଦ ୩ ଆଦେଶରେ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି । ଏହାକୁ ଅପସାରଣ କରାଯିବା ଉଚିିତ । ଏହି ପ୍ରସଙ୍ଗରେ କୌଣସି ତଥ୍ୟ ନାହିଁ କିମ୍ବା ଏସସି ଏସଟି ତାଲିକାରେ ଏଭଳି ଅନ୍ତର୍ଭୁକ୍ତିର ପ୍ରଭାବକୁ ଆୟୋଗ ଆକଳନ କରିନାହାନ୍ତି ବୋଲି ଦର୍ଶାଇ ସରକାର ଏହି ସୁପାରିଶକୁ ଗ୍ରହଣ କରିନଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts