ରେଳ ଲାଇନକୁ ବିରୋଧକରି ୫୦ ଆଦିବାସୀ ମହିଳାଙ୍କ ସମୂହ ଆତ୍ମହତ୍ୟା ଉଦ୍ୟମ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର):- ସୁକିନ୍ଦା-ଅନୁଗୁଳ-ଡୁବୁରୀ ନିର୍ମାଣାଧିନ ରେଳ ପ୍ରକଳ୍ପରେ ଜମିହରାଉଥିବା ୫୦ ଜଣ ଆଦିବାସୀ ଏହାକୁ ବିରୋଧ କରିବାକୁ ଯାଇ ସମୂହ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଧିନସ୍ଥ ରଙ୍ଗାହୁଡି ବାଘରାସାହି ଏବଂ ଡୁବୁରୀ ଗ୍ରାମରେ । ଆଦିବାସୀ ମହିଳାମାନଙ୍କ ଅଭିଯୋଗ ହେଲାସେମାନଙ୍କର ବିନା ଅନୁମତିରେ ଉପଯୁକ୍ତ କ୍ଷତିପୁରଣ ନଦେଇ କାର୍ଯ୍ୟ ଆରମ୍ଭ କରାଯିବାକୁ ସେମାନେ ଏହାକୁ ବିରୋଧ କରୁଛନ୍ତି । ନିର୍ମାଣ କମ୍ପାନୀ ରେଳ ଲାଇନ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଜମି ଓ ଘରର ପ୍ରକୃତ କ୍ଷତିପୁରଣ ନଦେଇ କାମ କରୁଥିବାରୁ ସେମାନେ ସମୂହ ଆତ୍ମହତ୍ୟା ନିଷ୍ପତ୍ତି ନେଇଛନ୍ତି ବୋଲି ରଙ୍ଗାହୁଡି ଗ୍ରାମର ପ୍ରମିଳା ମହାନ୍ତ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆତ୍ମହତ୍ୟା ପାଇଁ ବ୍ୟବହାର ହେବାକୁ ଥିବା କିରୋସିନ୍ ଜବତ କରିଛି । ପ୍ରମିଳାଙ୍କ ପରି ଅନେକ ମହିଳା ସମନ ଅଭିଯୋଗ କରିଛନ୍ତି । ଏହି ରେଳ ପ୍ରକଳ୍ପ ଦ୍ବାରା ପରିବେଶ ଅସନ୍ତୁଳନ ହେବା ଅନେକ ଜଙ୍ଗଲ ନଷ୍ଟ ହେବାର କଥା ଅଭିଯୋଗ କରିଛନ୍ତି ।

ଏଠାରେ ସ୍ମରଣଯୋଗ୍ୟ ୧୦୨ କି.ମ ବିଶିଷ୍ଠ ଏହି ରେଳ ଲାଇନ ନିର୍ମାଣ ହେଲେ କୋଇଲା ପରିବହନ ସୁବିଧା ହେବା ସଙ୍ଗେ ସଙ୍ଗେ ଅନୁଗୁଳ ଏବଂ ଦୈତାରୀ ବାଂଶପାଣୀ ସହ ଯୋଗାଯୋଗ ସହଜ ହେବ ।

Related Posts