ପିପିଲି ଉପନିର୍ବାଚନ ପାଇଁ ଆର୍ଥିକ ସହାୟତା ଲୋଡିଲା ପ୍ରଦେଶ କଂଗ୍ରେସ: ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀତ୍ୱ ଚୂଡାନ୍ତ ପରେ ଆସନ୍ତାକାଲି ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି | ପିସିସି ପକ୍ଷରୁ କଂଗ୍ରେସ ର ସାଧାରଣ କର୍ମକର୍ତ୍ତା , ସମର୍ଥକ , ଶୁଭେଚ୍ଛୁ ଓ କଂଗ୍ରେସ ପ୍ରେମୀ ଜନସାଧାରଣଙ୍କୁ ପିପିଲି ଉପ ନିର୍ବାଚନ ପାଇଁ ଆର୍ଥିକ ସହଯୋଗ ଦେବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆସନ୍ତାକାଲି ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପୁରୀ ଠାରେ ସେ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ । ପିପିଲି ରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ତାଙ୍କ ପରିବାର ସଦସ୍ୟରୁ କେହି ଅବା ସ୍ବର୍ଗତ ମଙ୍ଗରାଜଙ୍କ ପତ୍ନୀ ଵନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବା ପାଇଁ ଚର୍ଚ୍ଚା ହେଉଥିଲା | କିନ୍ତୁ ଉପନିର୍ବାଚନରେ ତାଙ୍କ ପରିବାର ରୁ କେହି କିମ୍ୱା ତାଙ୍କ ପତ୍ନୀ ପ୍ରାର୍ଥୀ ହେବାକୁ ଆଶାୟୀ ନୁହଁ ବୋଲି କହିଥିଲେ। ପରବର୍ତ୍ତୀ ପର୍ଯାୟରେ ଦଳ ପକ୍ଷରୁ ବିଶ୍ୱକେଶନଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଅଧୁନା ଶ୍ରୀଯୁକ୍ତ ହରିଚନ୍ଦନ କଂଗ୍ରେସ ସେଵାଦଳର ପୁରୀ ଜିଲ୍ଲା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି | ୧୯୭୭ ରେ ଡେଲାଙ୍ଗ ବ୍ଳକର ରେଙ୍ଗଳ ପଞ୍ଚାୟତର ଯମୁନା ଝାଡ଼ପଡ଼ା ଗ୍ରାମରେ ଜନ୍ମ ନେଇଥିବା ବିଶ୍ୱକେଶନ ପେସାରେ ଜଣେ ଆଇନଜୀବୀ । ଉପନିର୍ବାଚନରେ ସର୍ବପୁରାତନ ଦଳ ଜାତୀୟ କଂଗ୍ରେସ ତାଙ୍କ ଭଳି ତୃଣମୂଳ କର୍ମୀ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଥିବାରୁ ଥିବାରୁ ସେ ବେଶ ଖୁସି ଅଛନ୍ତି | ତତ ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଅ ଗାନ୍ଧୀ ,ରାହୁଲ ଗାନ୍ଧୀ ,ପି .ସି .ସି ସଭାପତି ଓ ସମସ୍ତ ନେତୃ ବୃନ୍ଦଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି | ଚଳିତ ଉପନିର୍ବାଚନ ରେ କଂଗ୍ରେସ ଉତ୍ତମ ଫଳାଫଳ କରିବା ସହ ବିଜୟ ହାସଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି | ସ୍ୱର୍ଗତ ମଙ୍ଗରାଜ ଅସୁସ୍ଥ ସମୟରେ ଅନ୍ୟଦଳର ନେତାମାନେ ଯେଭଳି ଅପପ୍ରଚାର କରିଥିଲେ ସାଧାରଣ ଲୋକେ ବୁଝିଛନ୍ତି ତା’ର ଜବାବ ଆସନ୍ତା ୧୬ ରେ ଦେବେ ବୋଲି କହିଛନ୍ତି | ବିଜେଡି ଓ ବିଜେପିର ଅପାରଗତା ଶାସନ ଓ ସ୍ଥାଣୁତା ଏବଂ ସ୍ଥାନୀୟ ସମସ୍ୟାକୁ ଆଧାରକରି ଆମେ ନିର୍ବାଚନ ଲଢ଼ିବୁ ଲୋକ ଆମ ସହ ଅଛନ୍ତି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |

Related Posts