କରୋନା ମୁକାବିଲାକୁ ନେଇ ପୃଥ୍ୱୀରାଜ – ସୁଲତା ମୁହାଁ ମୁହିଁ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:କରୋନା ମୁକାବିଲାକୁ ନେଇ ବିଜେପି-ବିଜେଡି ର କଥା କଟାକଟି ଏବେ ଚର୍ଚାରେ । ବିଜେପି ର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରେସ୍‌ମିଟରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଟାର୍ଗେଟ କରିଥିଲେ । କୋଭିଡ ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି ମାତ୍ର ରାଜ୍ୟ ସରକାର ସଠିକ୍ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ମହାମାରୀ ସ୍ଥିତିକୁ ହାଲୁକା ଭାବେ ନେଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ । କରୋନା ସଂକ୍ରମଣର ପ୍ରଥମ ପ୍ରର୍ଯାୟରେ କେନ୍ଦ୍ରସରକାର ରାଜ୍ୟକୁ ୫୬୭ଟି ଭେଂଟିଲେଟର ଯୋଗାଇ ଦେଇଥିଲେ, ବତ୍ତ୍‌ମାନ ପୁଣି ଥରେ ପ୍ରତ୍ୟକ ଜିଲ୍ଲାକୁ ୧୦ ଟି ଲେଖାଁଏ ଭେଂଟିଲେଟର ଯୋଗାଇ ଦେବା ନେଇ ମୋଦୀ ସରକାର ଘୋଷଣା କରିିଛନ୍ତି । ରାଜ୍ୟରେ ପ୍ରର୍ଯ୍ୟପ୍ତ ପରିମାଣର ଅକ୍ସିଜେନ୍ ଅଛି କି ନାହିଁ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ । ଏଥିସହ କରୋନା ସଂକ୍ରମଣ ଲଡେଇକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ବୃଦ୍ଧି କରାଯାଉ ବୋଲି କହିଛନ୍ତି ବିଜେପରି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ।
ଏହାର ଜବାବରେ ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ମହାମାରୀ କରୋନା ମୁକାବଲା ପାଇଁ ରାଜ୍ୟ ଓ ଦେଶର ସର୍ବୋଚ ନେତା ଏକମତ ଥିବା ବେଳେ ରାଜ୍ୟ ବିଜେପି ନେତା ମାନେ କିନ୍ତୁ ଏହାକୁ ନେଇ ରାଜନୀତି କରିବା ସେମାନଙ୍କ ପ୍ରେସ୍ ବିବୃତିରୁ ଜାରି ହୋଇ ପଡୁଛି । ଏଭଳି ମହାମାରୀ ସମୟରେ ସରକାରଙ୍କୁ ପରାମର୍ଶ ଦେବା ସହିତ କରୋନା ଲଢେଇରେ ସାମିଲ ହେବା ପରିବର୍ତ୍ତେ ସମାଲୋଚନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ବିଜେପି ନେତାମାନେ ସରକାରଙ୍କ ସମାଲୋଚନା ବଦଳରେ ଯଦି ଯୁକ୍ତିସଙ୍ଗତ ପରାମର୍ଶ ଓ ସମର୍ଥନ ହାତ ବଢାଇ ଥାନ୍ତେ ତେବେ ଓଡିଶା ବାସୀ ଖୁସି ହୋଇଥାନ୍ତେ । ହେଲେ ତାହା ନକରି ନିଜର ରାଜନୌତିକ ଅସ୍ତିତ୍ୱ ଓ ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ରକ୍ଷା କରିବା ପାଇଁ କରୋନାକୁ ନେଇ ରାଜନିତୀ ଆରମ୍ଭ କରିଦେଇଛନ୍ତି । ଓଡିଶା ବାସୀ ରାଜ୍ୟ ବିଜେପି ନେତାଙ୍କ ମନୋଭାବ ସଂକ୍ରାନ୍ତରେ ଭଲଭାବରେ ଅବଗତ ଓ ସେମାନଙ୍କ ଏଭଳି ହୀନ ରାଜନୌତିକ ମନ୍ତବ୍ୟକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ସୁଲତା ଦେଓ କହିଛନ୍ତି ।

Related Posts