ଡିସ୍‌କଭରୀ ଚ୍ୟାନେଲ୍‌ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ ରେ ଭିନ୍ନ ରୂପରେ ଆସିବେ ପ୍ରଧାନମନ୍ତ୍ରୀ

ଡିସକଭରିର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ପାଇବେ ଦର୍ଶକ।ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ହୋଷ୍ଟ ବେୟର ଗ୍ରିଲସଙ୍କ ସହିତ ଦର୍ଶକ ଦେଖିପାରିବେ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ୧୨ ଅଗଷ୍ଟରେ ଡିସକଭରି ଚ୍ୟାନେଲରେ ହେବ। ଶୋ’ର ହୋଷ୍ଟ ବେୟର ଗ୍ରିଲସ  ଟ୍ବିଟରରେ ଏସମ୍ପର୍କିତ ଏକ ଭିଡିଓ ସେୟାର କରିଛନ୍ତି।

ଗ୍ରିଲ୍ସ କହିଛନ୍ତି ‘‘୧୮୦ଟି ଦେଶର ଲୋକମାନେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିନ୍ନ ରୂପ ସହିତ ପରିଚିତ ହେବେ । ସିଏ ଭାରତରେ ବନ୍ୟ ଜୀବ ସଂରକ୍ଷଣ ପାଇଁ ସଚେତନତା ଅଭିଯାନ ଓ ଭୌଗୋଳିକ ପରିବର୍ତ୍ତନ ପ୍ରତି ସଚେତନା ପାଇଁ କାମ କରୁଛନ୍ତି ।’’ ଡିସ୍‌କଭରୀ ଚ୍ୟାନେଲ୍‌ରେ ଅଗଷ୍ଟ ୧୨ ତାରିଖରେ ରାତି ୯ଟାରେ ଏହା ପ୍ରସାରିତ ହେବ ।ମୋଦିଙ୍କ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଦେଖିବାକୁ ମିଳିଥିଲା।

Related Posts