ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା: ବ୍ୟାଙ୍କିଂ ସେବା ଉପରେ ନେବ ଅଧିକ ଚାର୍ଜ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ନିଜ ଗ୍ରାହକ ମନକୁ ଏକ ଝଟକା ଦେଇଛି | ନିଜର ଅନେକ ନିୟମରେ ପରିବର୍ତ୍ତନ ଆଣିଛି | ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡିବ | ଚଳିତ ମାସରୁ ବ୍ୟାଙ୍କିଂ ସେବା ଉପରେ ଅଧିକ ଚାର୍ଜ ନିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଏହାସହ ଅନେକ ଫ୍ରି ସେବା ଓ ଏଟିଏମ ଟଙ୍କା ଉଠାଣ ଚାର୍ଜ ମଧ୍ୟ ବୃଦ୍ଧି ପାଇଛି । ଆସନ୍ତା ୨୯ ତାରିଖରୁ ନୂଆ ଦର ଲାଗୁ ହେବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ଦର ବଢାଇବା ପରେ ବ୍ୟାଙ୍କ ପକ୍ଷରୁ ନୂଆ ନିୟମ ଜାରି ହୋଇଛି ।

ଏହା ବ୍ୟତୀତ ବ୍ୟାଙ୍କ ନିଜର ଏକ୍ସଟରନାଲ୍ ବେଞ୍ଚମାର୍କ ଲିଙ୍କ୍ ଲିଙ୍କଡ୍ ରେଟକୁ ୦.୪୦ରୁ ୬.୯୦ ପ୍ରତିଶତକୁ ବୃଦ୍ଧି କରିଛି । ଯାହା ଆସନ୍ତା ମାସରୁ ଲାଗୁ ହେବ । ଫଳରେ ଲୋନ ଉପରେ ଇଏମଆଇ ବଢିଯିବ । ସେହିପରି ମଲଟି ସିଟି ଚେକ୍ ବୁକ, ଖାତା ଉପରେ ମାଗଣା ସେବା ଓ ନେଣଦେଣରେ ସଂଶୋଧିତ ଶୁଳ୍କ ଲାଗୁ ହୋଇଛି ।

ସେଭିଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ଲିମିଟ୍

ପିଏନବି ପକ୍ଷରୁ ସେଭିଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇବା ସହ ଲିମିଟରୁ ଅଧିକ ନେଣଦେଣ ଉପରେ ଚାର୍ଜ ବୃଦ୍ଧି କରିଛି । ପୂର୍ବରୁ ୪୦ଟି ନେଣଦେଣ ଅତିକ୍ରମ ପରେ ପ୍ରତି ଟ୍ରାଞ୍ଜାକ୍ସନ ଉପରେ ୨ ଟଙ୍କା ଲାଗୁଥିଲା । ଏବେ ୫୦ରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧୦ ଟଙ୍କା ଲାଗିବ ।

ଚେକ୍ ରିଟର୍ଣ୍ଣିଂ ଶୁକ୍ଳ

ବ୍ୟାଙ୍କ୍ ଚେକ୍ ରିଟର୍ଣ୍ଣିଂ ଶୁଳ୍କ ପାଇଁ ନୂଆ ସ୍ଲାବ୍ ଆଣିଛି । ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ବାହାର ନେଣଦେଣ ଉପରେ ଏଣିକି ୨୫୦ ଟଙ୍କା ଚାର୍ଜ ପଡିବ । ୧୦ ଲକ୍ଷରୁ ଅଧିକ ହେଲା ୫୦୦ ଟଙ୍କା ଚାର୍ଜ ଲାଗିବ ।

ଚେକ୍ ବୁକ୍ ଓ ଲକର୍ ରେଟ୍ ପେନାଲ୍ଟି ଚାର୍ଜ

ପିଏନବି ଫ୍ରି ଚେକ୍ ବୁକ ଲିଭ୍ ୨୫ରୁ ୨୦କୁ ହ୍ରାସ କରିଛି । ଏହାସହ ଲକର ଭଡା ଏକ ବର୍ଷ ପାଇଁ ବିଳମ୍ବ ହେଲେ ୨୫ ପ୍ରତିଶତ ଫାଇନ ଦେବାକୁ ପଡିବ । ସେହିପରି ୧ବର୍ଷରୁ ୩ ବର୍ଶ ଉପରେ ୫୦ ପ୍ରତିଶତ ଜରିମାନା ଦେବାକୁ ହେବ । ୩ ବର୍ଷରୁ ଅଧିକ ହେଲେ ବ୍ୟାଙ୍କ ଲକର ଦେବ ନାହିଁ ଓ ୫ ବର୍ଷର ଲକର ଭଡା ନିଆଯିବ ।

Related Posts