ପଞ୍ଜାବ ଉପରେ ରହିଛି ୨ ଲକ୍ଷ ୭୩ ହଜାର କୋଟି ଟଙ୍କାର ଋଣ; ପୂର୍ବର ଘୋଷଣା କରାଯାଇଥିବା ଇସ୍ତାହାରକୁ କିପରି ପୂରଣ କରିବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆମ ଆଦମି ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏପରିକି କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଜାବରେ ୧୧୭ଟି ଆସନ ମଧ୍ୟରୁ ୯୨ଟି ଆସନରେ ଆପ ବାଜି ମାରିଛି । ସେପଟେ ୧୯୬୬ ପରେ କୌଣସି ଦଳକୁ ଏତେ ସଂଖ୍ୟକ ଜନମତ ମିଳିବାରେ ଏହା ହେଉଛି ପ୍ରଥମ ଘଟଣା । ହେଲେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଅନେକ ପ୍ରଶ୍ନ । ତେବେ ନିର୍ବାଚନ ପୂର୍ବରୁ ଭଗୱନ୍ତ ମାନ ଦେଇଥିବା ଇସ୍ତାହାର ଗୁଡ଼ିକ ପୂରଣ କରିବେ କିପରି? ଦିନକୁ ଦିନ ପଞ୍ଜାବ ଉପରେ ଋଣ ବଢ଼ିଚାଲିଛି ଏହାକୁ ପରିଶୋଧ କରିବେ କିପରି ? ମାଗଣା ସ୍କିମ ରାଜ୍ୟରେ ଆଣିବେ କିପରି ? ଏପରି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ବର୍ତ୍ତମାନ ଏବେ ଭଗୱନ୍ତ ମାନ୍ ଏପରି ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯାହା ଉପରେ ରହିଛି ୨.୭୩ ଲକ୍ଷ କୋଟିର ଋଣ ।

୫ ବର୍ଷ ପୂର୍ବରୁ ଯେତେବେଳେ କଂଗ୍ରେସ ସତ୍ତାରେ ଥିଲା ସେ ସମୟରେ ରାଜ୍ୟ ଉପରେ ୧.୮୨ ଲକ୍ଷ କୋଟିର ଋଣ ଭାର ଥିଲା । ଗତ ୧୦ ବର୍ଷ ମଧ୍ୟରେ ପଞ୍ଜାବ ଉପରେ ୨ ଲକ୍ଷ କୋଟିର ଋଣ ଭାର ବଢିଛି । ଏବେ ଏହି ଋଣ ଭାର ମୁଖ୍ୟମନ୍ତ୍ରୀ ମାନଙ୍କ ପାଇଁ ଏକ ଚ୍ୟାଲେଂଜ ପାଲଟିଛି । ନିର୍ବାଚନ ପୂର୍ବରୁ ଆପ୍ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାଜ୍ୟ ପାଇଁ ସ୍ୱତନ୍ତ୍ର ଇସ୍ତାହାର ଘୋଷଣା କରିଥିଲେ । ଏଥିରେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଣ ସହ ୧୮ ବର୍ଷରୁ ଉଦ୍ଧ୍ୱର୍ ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ଭତ୍ତା ଦେବାକୁ ଘୋଷଣା ହୋଇଥିଲା । ଆକଳନ ଅନୁସାରେ ଯଦି ଏହି ୨ଟି ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ପୂରଣ କରନ୍ତି ତେବେ ରାଜ୍ୟ ଉପରେ ବାର୍ଷିକ ୨୦ରୁ ୨୨ ହଜାର କୋଟି ଟଙ୍କାର ବୋଝ ପଡିବ । ତେବେ ବର୍ତ୍ତମାନ ଦେଖିବାକୁ ବିଷୟ ଏନେି ମୁଖ୍ୟମନ୍ତ୍ରୀ କଣ ସବୁ ପଦକ୍ଷେପ ଆପଣାଉଛନ୍ତି ।

Related Posts