ରାଜନୈତିକ ସମ୍ପର୍କ ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତି ଅବସରରେ ଏପ୍ରିଲ ୨ରେ ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍ । ରାଜନୈତିକ ସମ୍ପର୍କ ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତି ଅବସରରେ ଏପ୍ରିଲ ୨ରେ ଭାରତ ଆସିବେ ବୋଲି ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ସାଇବର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

ନିମନ୍ତ୍ରଣ କରିଥିଲେ ମୋଦୀ

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା କହିଛନ୍ତି ଯେ, ବେନେଟ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଗସ୍ତକରିବେ । ଏପ୍ରିଲ ୨ରେ ସେ ଭାରତରେ ପହଁଚିବେ । ତେବେ ଉଭୟ ନେତା ଗତବର୍ଷ ଗ୍ଲାସଗୋରେ ଅନୁଷ୍ଠିତ କୋପ୍-୨୬ରେ ସାକ୍ଷାତ କରିଥିଲେ । ସେବେ ମୋଦୀ ବେନେଟଙ୍କୁ ଆମନ୍ତ୍ରିତ କରିଥିଲେ ।

ଯାତ୍ରାକୁ ନେଇ ଉତ୍ସାହିତ ବେନେଟ୍

ବେନେଟ୍ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତ କରିବେ । ଏଥିପାଇଁ ସେ ଖୁବ୍ ଖୁସି ଅଛନ୍ତି । ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବେ । ମୋଦୀ ଉଭୟ ଦେଶର ସମ୍ପର୍କକୁ ପୁନଃ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଭାରତୀୟ ଓ ଇହୁଦୀ ସଂସ୍କୃତି ମଧ୍ୟରେ ଗଭୀର ସମ୍ପର୍କ ଥିବା ସେ କହିଛନ୍ତି । ଏହି ଅବସରରେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ନେଇ ମଧ୍ଯ ଆଲୋଚନା ହୋଇପାରେ ।

Related Posts