ଭାରତକୁ ହିନ୍ଦୁ ରାଷ୍ଟ୍ର କର: ଶଙ୍କରାଚାର୍ଯ୍ୟ

(ସତ୍ୟପାଠ ବ୍ୟୁରୋ) ପୁରୀ: ପୁରୀ ଗୋବର୍ଦ୍ଦନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବଡ଼ ବୟାନ । ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ । ବିଶ୍ୱରେ ମୋଟ 204ଟି ଦେଶ ରହିଛି ସେଥିରୁ ଅନେକ ଖ୍ରୀଷ୍ଟିଆନ, ମୁସଲିମ ରାଷ୍ଟ୍ର ରହିଛି । ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ବିଶ୍ୱରେ ଗୋଟିଏ ବି ହିନ୍ଦୁ ରାଷ୍ଟ୍ର ନାହିଁ” । ଜାତିସଂଘ ପକ୍ଷରୁ ଭାରତ, ନେପାଳ, ଭୁଟାନକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ । ଏହା ସହ ଅନ୍ୟ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ହିନ୍ଦୁଙ୍କୁ ଏହି ତିନି ଦେଶରେ ଥଇଥାନ କରାଯାଉ । ଜାତିସଂଘରେ ଏ ନେଇ ସ୍ୱତନ୍ତ୍ର ନ୍ୟାୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଉ । ବିଭିନ୍ନ ଦେଶର ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ନ୍ୟାୟାଳୟ କାମ କରୁ । ଦେଶର ହିତ ପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ବିଚାରବିମର୍ଶ କରିବା ଉଚିତ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

Related Posts